corona
ଭୁବେନଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତର ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କରୋନା ମୃତ୍ୟୁ ସଂଖ୍ୟାରେ ମଧ୍ୟ ଗଲା ଏକ ସପ୍ତାହ ଧରି କିଛିଟା ବ୍ରେକ ଲାଗିଛି । ପ୍ରତିଦିନ ୧୦ ତଳକୁ ରହୁଛି ମୃତକଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୩ଟି ଜିଲ୍ଲାରୁ ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି। ଏହାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।
ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ୨ଜଣ ଅଛନ୍ତି, ସେମାନଙ୍କ ମଧ୍ୟରେ ଜେଣ ୭୪ ବର୍ଷୀୟ ବୃଦ୍ଧ ଏବଂ ୪୯ ବର୍ଷୀୟ ମହିଳା ଅଛନ୍ତି । ସେହିପରି ପୁରୀ ଜିଲ୍ଲାରୁ କରୋନାରେ ଆକ୍ରାନ୍ତ ହୋଇ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେମନାଙ୍କ ବୟସ ଯଥାକ୍ରମେ ୫୧ ଏବଂ ୫୨ ବର୍ଷ ରହିଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨୨୨୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୪୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧୬୯୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/10/corona-vvirus.jpg)