Advertisment

ରାଜ୍ୟରେ କରୋନା ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋଟଆର): ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ଏଥିସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ଜିଲ୍ଲାରୁ ଆଉ ୪ ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ […]

Covid Alert: ୬ରୁ ୮ ମାସ ମଧ୍ୟରେ ତୃତୀୟ ଲହର ଆସିବ କହିଲେ ବିଶେଷଜ୍ଞ

covid-death

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋଟଆର): ରାଜ୍ୟରେ କମିବାରେ ଲାଗିଛି କରୋନା ସଂକ୍ରମଣ ଏଥିସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ ଜିଲ୍ଲାରୁ ଆଉ ୪ ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

Advertisment

ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ୬୧ ବର୍ଷୀୟ ବ୍ୟକ୍ତି ଅଛନ୍ତି । ସେ କରୋନାରେ ଆକ୍ରାନ୍ତ ହେବା ସହ ଉଚ୍ଚ ରକ୍ତଚାପ ଏକଂ କିଡନୀ ଜନିତ ରୋଗରେ ପୀଡିତ ଥିଲେ। ସେହିପରି ଜଗତସିଂହପୁର ଜିଲ୍ଲାରୁ ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ତାଙ୍କର ଡାଇବେଟିସ, ଉଚ୍ଚ ରକ୍ତଚାପ ସହ ଅନ୍ୟାନ୍ୟ ସମସ୍ୟା ରହିଥିଲା । ସେହପରି ପୁରୀ ଜିଲ୍ଲାରୁ ମଧ୍ୟ ଜଣେ ୬୦ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି ।

Advertisment

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩,୨୫,୫୦୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୩୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩,୨୦,୫୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe