Advertisment

ଆଜିଠୁ ପୁଣି କୋଭିଡ ଟିକାକରଣ

ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜରେ ଏହାକୁ ନେଇ ପାରିବେ

ଅଦ୍ୟତନ ହୋଇଛି
Representative image

covid vaccine

Advertisment

ଆଜିଠୁ ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ ଟିକାକରଣ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିଡ ଟିକା। ଏଥିପାଇଁ କୋଭିସିଲ୍ଡ ଟିକା ଆସିସାରିଛି। ଯେଉଁ ସବୁ ଲୋକେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜରେ ଏହାକୁ ନେଇ ପାରିବେ।

Advertisment

ଲୋକେ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ, ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭ୍ୟାକସିନ୍ ନେଇ ପାରିବେ। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଏବେ ସଂକ୍ରମଣ ବଢୁଥିବାରୁ ସମସ୍ତେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

କେନ୍ଦ୍ର ସରକାରଙ୍କ କୋଭିଡ୍ ଟୀକାକରଣ ଯୋଜନାରେ ୧ଲକ୍ଷ ଡୋଜ୍ ଟୀକା ଓଡ଼ିଶାକୁ ଆସିଥିଲା। ଏହି ଟିକା

Advertisment

ପ୍ରଥମ ପର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲ୍ଲାକୁ ପଠାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦେଉଥିବା କୋଭିଡ୍ ଟିକା ନଭେମ୍ବର ୨୮ରେ ଶେଷ ହୋଇଯାଇଥିଲା । ଏହାପରେ ରାଜ୍ୟ ସରକାର କୋଭିଡ୍ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଗତକାଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କହିଥିଲା ଯେ, ଯେଉଁମାନେ ନିଜର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ନିଜର ପାଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବଡିଭିଜନାଲ ହସ୍ପିଟାଲ, ସିଏଚସି ଓ ପିଏଚସିକୁ ଯାଇ ଏହି ଟିକା ନେଇପାରିବେ । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮.୧୪କୋଟି ଡୋଜ୍ ଟିକା ଦିଆଯାଇ ସାରିଛି । ୩.୫୨କୋଟି (୯୭%) ଲୋକ ପ୍ରଥମ ଡୋଜ୍ ନେଇଥିବାବେଳେ ୩.୩୦କୋଟି ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି ।

Covid Vaccine
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe