Advertisment

ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କାଳରେ ଆସିଲା ସବୁଠାରୁ ବଡ଼ ଖୁସି ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’। ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଟିକା। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି। ଟିକା ପହଞ୍ଚିବା ପରେ ସମଗ୍ର ରାଜ୍ୟରେ ଟିକା ବିତରଣ କରିବ ସ୍ୱାସ୍ଥ୍ୟ ବିଭାଗ। ଏହାପରେ ଅର୍ଥାତ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’

cova

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା କାଳରେ ଆସିଲା ସବୁଠାରୁ ବଡ଼ ଖୁସି ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’। ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଟିକା। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ଗୁଡ଼ିକୁ ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ନିଆଯାଇଛି। ଟିକା ପହଞ୍ଚିବା ପରେ ସମଗ୍ର ରାଜ୍ୟରେ ଟିକା ବିତରଣ କରିବ ସ୍ୱାସ୍ଥ୍ୟ ବିଭାଗ। ଏହାପରେ ଅର୍ଥାତ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଟିକାକରଣ।

Advertisment

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ପରେ ଟିକାକରଣ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦, ୮୦୦ ବୋଟଲରେ ୪ ଲକ୍ଷ ୮ ହଜାର ଡୋଜ ଆସିବ ବୋଲି ବିଶେଷ ସୂତ୍ରରୁ ଜଣାଯାଇଛି। ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ।

ପୁଣେସ୍ଥିତ ସେରମ୍‌ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆରୁ ପ୍ରଥମ ଦଫାରେ ଭାରତ ସରକାର ୧୧ ମିଲିୟନ ଡୋଜ୍‌ ଟିକା ଆଣିବେ। ସୋମବାର ସନ୍ଧ୍ୟାରେ ସରକାର ଟିକା ପାଇଁ ଅର୍ଡର ଦେବା ପରେ ତିନୋଟି ଟିକା ଭର୍ତ୍ତି ଟ୍ରକ ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା। ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ପଠାଯାଇଛି।

Advertisment

ଭାରତ ସରକାର ଆସନ୍ତା ୧୬ ତାରିଖରୁ ଦେଶରେ ଟିକାକରଣ ଆରମ୍ଭ କରିବେ। ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ସେଥିପାଇଁ ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ୍‌ ମଧ୍ୟ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe