Advertisment

କାଞ୍ଜିଆ ହୁଦାରେ ବାଛୁରୀକୁ ଝୁଣି ଖାଇଗଲେ କୁକୁର

ସୁନ୍ଦରଗଡ଼ (ବିଜୟ ବରୁଆ): ନବଜାତ ବାଛୁରୀକୁ ଝୁଣି ଖାଇଗଲେ ବୁଲା କୁକୁର। ତାହା ପୁଣି ସରକାରୀ କାଞ୍ଜିଆ ହୁଦାରେ। ଏପରି ଚିତ୍ର ଆସିଛି ସୁନ୍ଦରଗଡ଼ ପୌରପାଳିକାରୁ। ପରେ ପୌର କର୍ତ୍ତୃପକ୍ଷ ମଲା ବାଝୁରୀ ଛୁଆକୁ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି। ବେପରୁଆ ଗୋରୁ ମାଲିକ! ଗୋରୁ ଗାଈଙ୍କୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଗୋରୁ ଗାଈମାନେ ଦିନ ସାରା ସହରରେ ଘୂରି ବୁଲି ଚରିଥାଆନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କେତେବେଳେ ଗୋରୁଙ୍କ ଜୀବନ ଯାଉଛନ୍ତି ତ […]

କାଞ୍ଜିଆ ହୁଦାରେ ବାଛୁରୀକୁ ଝୁଣି ଖାଇଗଲେ କୁକୁର

Cow

Advertisment

ସୁନ୍ଦରଗଡ଼ (ବିଜୟ ବରୁଆ): ନବଜାତ ବାଛୁରୀକୁ ଝୁଣି ଖାଇଗଲେ ବୁଲା କୁକୁର। ତାହା ପୁଣି ସରକାରୀ କାଞ୍ଜିଆ ହୁଦାରେ। ଏପରି ଚିତ୍ର ଆସିଛି ସୁନ୍ଦରଗଡ଼ ପୌରପାଳିକାରୁ। ପରେ ପୌର କର୍ତ୍ତୃପକ୍ଷ ମଲା ବାଝୁରୀ ଛୁଆକୁ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି।

Advertisment

ବେପରୁଆ ଗୋରୁ ମାଲିକ! ଗୋରୁ ଗାଈଙ୍କୁ ରାସ୍ତାରେ ଛାଡ଼ି ଦେଉଛନ୍ତି। ଗୋରୁ ଗାଈମାନେ ଦିନ ସାରା ସହରରେ ଘୂରି ବୁଲି ଚରିଥାଆନ୍ତି। ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। କେତେବେଳେ ଗୋରୁଙ୍କ ଜୀବନ ଯାଉଛନ୍ତି ତ ଆଉ କେତେବେଳେ ମଣିଷ ପ୍ରାଣ ହରାଉଛନ୍ତି। ଏହାକୁ ରୋକିବା ପାଇଁ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ କରାଯାଇଛି କାଞ୍ଜିଆ ହୁଦା। ଆଉ ସେଠାରେ ବୁଲା ଗୋରାଙ୍କୁ ଧରି ଛାଡ଼ି ଦେଉଛି। ହେଲେ ଗୋରୁଙ୍କ ଯତ୍ନ ନେବା ପାଇଁ କେହି ନାହାନ୍ତି। କାଞ୍ଜିଆ ହୁଦାରେ ଗୋରୁଙ୍କୁ ପୂରାଇ ଗେଟ୍‌ରେ ତାଲା ପକାଇ ଚାଲି ଯାଉଛନ୍ତି ପୌରପାଳିକା କର୍ତ୍ତୃପକ୍ଷ।

ଅଭିଯୋଗ ଅନୁସାରେ ସୁନ୍ଦରଗଡ଼ ପୌରପାଳିକା ପକ୍ଷରୁ କିଛି ବୁଲା ଗୋରଙ୍କୁ ଧରି କାଞ୍ଜିଆ ହୁଦାରେ ରଖାଯାଇଥିଲା। ସେଥିରୁ ଗୋଟିଏ ଗାଈ ଆଜି ବାଛୁରୀ ଜନ୍ମ ଦେଇଥିଲା। ପିଲା ଜନ୍ମ କଲା ପରେ ଭୋକ ମେଣ୍ଟାଇବା ପାଇଁ କିଛି ଦୂରକୁ ଚରିବା ପାଇଁ ଚାଲି ଯାଇଥିଲା ତା’ ମାଆ। ଆଉ ଏକୁଟିଆ ପାଇ ନବଜାତ ବାଛୁରୀକୁ କୁକୁରମାନେ ଝୁଣି ଖାଇଯାଉଛନ୍ତି। ନୂଆକରି ଦୁନିଆ ଦେଖୁଥିବା କୁନି ବାଛୁରୀଟି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଛି। ହେଲେ ଦେହରେ ବଳ ନଥିବାରୁ ଉଠି ପାରୁନାହିଁ। ୪ଟା କୁକୁର ତାକୁ ଚାରିଆଡୁ ଝୁଣି ପକାଉଛନ୍ତି। କିଛି ସମୟ ପରେ ବାଛୁରୀର ମୃତ୍ୟୁ ହୋଇଯାଇଥିଲା। ତା’ପରେ ମଲା ବାଛୁରୀକୁ ଫିଙ୍ଗି ଦିଆଯାଇଥିବା ଆଲୋଚନା ହେଉଛି। ଯାହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏ ଚିତ୍ର ଆଜିର ବୁଦ୍ଧିଜୀବୀଙ୍କୁ ବିଚଳିତ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe