Advertisment

ଗୋରୁ ବୋଝେଇ କଣ୍ଟେନର ଜବତ

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଦଳେଇପୁଟ ଛକ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ର ଜିମା ଦେଇଛନ୍ତି। ଆଜି ସକାଳେ କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଲୋକମାନେ କଣ୍ଟେନରକୁ ଅଟକାଇ ଖୋର୍ଦ୍ଧା ସଦର ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ କଣ୍ଟେନରଟିକୁ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲା।  ତେବେ ଉଦ୍ଧାର ସମୟରେ ବହୁ ଗୋରୁ ଶ୍ୱାସରୁଦ୍ଧ ହୋଇ […]

author-image
Jyoshna Pradhan
ଗୋରୁ ବୋଝେଇ କଣ୍ଟେନର ଜବତ

cow

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଦଳେଇପୁଟ ଛକ ନିକଟରେ ଏକ ଗୋରୁ ବୋଝେଇ କଣ୍ଟେନରକୁ ସ୍ଥାନୀୟ ଲୋକେ ଅଟକ ରଖି ପୁଲିସ୍‌ର ଜିମା ଦେଇଛନ୍ତି।

Advertisment

ଆଜି ସକାଳେ କଣ୍ଟେନରରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଲୋକମାନେ କଣ୍ଟେନରକୁ ଅଟକାଇ ଖୋର୍ଦ୍ଧା ସଦର ଥାନା ପୁଲିସ୍‌ ଜିମା ଦେଇଥିଲେ। ପୁଲିସ୍‌ କଣ୍ଟେନରଟିକୁ ଜବତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲା।  ତେବେ ଉଦ୍ଧାର ସମୟରେ ବହୁ ଗୋରୁ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇ ପଡ଼ିଥିବା ଦେଖାଯାଇଥିଲା।  ଏଥିସହ ୨ ଟି ଗୋରୁଙ୍କ ମୃତ୍ୟୁ ଘଟିଛି।

ଅସୁସ୍ଥ ଗାଈମାନଙ୍କ ଚିକିତ୍ସା କରାଯାଇଛି। ତେବେ ୧୬ ନମ୍ୱର ଜାତୀୟ ରାଜପଥରେ ପ୍ରତିଦିନ ଏହିଭଳି ବେଆଇନ ଗୋରୁ ଚାଲାଣ ହେଉଥିବାରୁ ତାକୁ ରୋକିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Advertisment