Advertisment

ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିପଦସଙ୍କୁଳ ଅବସ୍ଥାରେ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର? ଯେଉଁଥିପାଇଁ ଦେବୋତ୍ତର କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଥିପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ଥିବା ଦେବୋତ୍ତର କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରଭୁ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ହୋଇଛି। ଯେଉଁଥିପାଇଁ ବର୍ଷା ପାଣି ଗଳୁଛି। ସେହିପରି ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ ମଣ୍ଡପରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣ […]

ଲିଙ୍ଗରାଜ ମନ୍ଦିରରେ ଏମିତି କାମ କଲେ ୧୦୦ ଟଙ୍କା ଫାଇନ୍‌

lingaraj-temple

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିପଦସଙ୍କୁଳ ଅବସ୍ଥାରେ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର? ଯେଉଁଥିପାଇଁ ଦେବୋତ୍ତର କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଥିପାଇଁ ଏଏସ୍‌ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ଥିବା ଦେବୋତ୍ତର କମିଶନ ଚିଠିରେ ଉଲ୍ଲେଖ କରିଛନ୍ତି।

Advertisment

ପ୍ରଭୁ ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ ହୋଇଛି। ଯେଉଁଥିପାଇଁ ବର୍ଷା ପାଣି ଗଳୁଛି। ସେହିପରି ପାର୍ବତୀ ମନ୍ଦିର, ଜଗମୋହନ, ରୋଷଶାଳା ଓ ଭୋଗ ମଣ୍ଡପରେ ମଧ୍ୟ ଫାଟ ସୃଷ୍ଟି ହୋଇଛି। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବେଢ଼ାର ଅନେକ ମନ୍ଦିରରେ ଫାଟ ହୋଇଛି। ଏନେଇ ଏଏସ୍‌ଆଇକୁ କୁହାଯାଇଛି। ବର୍ତ୍ତମାନ ପ୍ରତିଦିନ ମନ୍ଦିରକୁ ୮ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି। ଏପରି ସ୍ଥିତିରେ ଏଏସ୍ଆଇ କାହିଁକି ଅଣଦେଖା କରୁଛି? ତାକୁ ନେଇ ଦେବୋତ୍ତର କମିଶନର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯଥାଶୀଘ୍ର ମନ୍ଦିର ମରାମତି କରିବା ପାଇଁ ASI ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର।

ସେପଟେ ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ଥିତି ନେଇ କିଛି ଦିନ ତଳେ ଏଏସ୍ଆଇ ସହ ଆଲୋଚନା ହୋଇଥିଲା।  ଖୁବଶୀଘ୍ର ମରାମତି ନେଇ ସେ ପ୍ରତିଶ୍ରୁତି ଦେଇଥିବା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe