ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ମହାଦିଆ ପାସେଞ୍ଜର ହଲ୍ଟ ନିକଟରେ ରେଳ ଧାରଣାରେ ଫାଟ ଯୋଗୁ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଅଳ୍ପକେ ବର୍ତ୍ତି ଯାଇଛି। ସ୍ଥାନୀୟ ଲୋକେ ଧାରଣରେ ଫାଟ ଦେଖିବା ପରେ ନିକଟସ୍ଥ ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। ପରେ ସେହି ଲାଇନ୍ ଦେଇ ଯାଉଥିବା ଅନୁଗୋଳ- ପୁରୀ ପାସେଞ୍ଜର ଟ୍ରେନ ଓ ଭୁବନେଶ୍ୱର - ବଲାଙ୍ଗିର ଏକ୍ସପ୍ରେସ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକି ରହିଥିଲା।
ସକାଳ ୬ଟାରେ ମୁମ୍ବାଇ- ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସ ଢେଙ୍କାନାଳ ମହାଦିଆ ପାସେଞ୍ଜର ହଲ୍ଟ ଅତିକ୍ରମ କରୁଥିବା ବେଳେ ଏହି ଘଟଣା ଜଣାପଡ଼ିଥିଲା। ରେଳ ବିଭାଗ ପକ୍ଷରୁ ଧାରଣା ମରାମତି କରାଯିବା ପରେ ଟ୍ରେନ ଚଳାଚଳ ସ୍ଵାଭାବିକ ହୋଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନାବାଳକଙ୍କ ପାଦ ତଳେ ତୁଳସୀ ଲାଗି ଘଟଣା; ମାମଲା ରୁଜୁ କଲା ଶିଶୁ ଆୟୋଗ
ପ୍ୟାଣ୍ଟସାର୍ଟ ପିନ୍ଧି ଚୌକିରେ ବସିଥିବା ଜଣେ ନାବାଳକଙ୍କୁ ଏପରି ପୂଜାର୍ଚ୍ଚନା କରାଯିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ।
Miscellaneous
ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି
ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ଫିୟାର୍ଡ ।
Accident
ଘରକୁ ଫେରୁଥିଲେ ଦୁଇ ଯୁବକ, ରାତି ଅଧରେ ପିଟିଲା ଅଜଣା ଗାଡ଼ି
ଉଭୟ ପାରାଦୀପ ଯାଇଥିବା ବେଳେ ସେଠାରୁ ଘରକୁ ଫେରୁଥିଲେ । ମାତ୍ର ବିଳମ୍ବିତ ରାତିରେ ଉଭୟଙ୍କ ବାଇକ୍କୁ ଏକ ଅଜଣା ଗାଡ଼ି ପିଟି ଦେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା
Miscellaneous
ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।
Accident
ଛାଡ଼ଖାଇରେ ମାଛ ବିକିବାକୁ ବାହାରିଥିଲେ, ଚଢ଼ିଗଲା ଟ୍ରକ୍
ଆଜି ଛାଡ଼ଖାଇ ଥିବାବେଳେ ଭୋରରୁ ସେ ସାଇକେଲ ଯୋଗେ ମାଛ ନେଇ ବିକ୍ରି କରିବାକୁ ଯାଉଥିଲେ । ରାସ୍ତାରେ ଏକ ଟ୍ରକ ତାଙ୍କ ଉପରେ ଚଢିଯାଇଥିଲା ।