Advertisment

ଅରୁଣ ସ୍ତମ୍ଭରେ ଫାଟ !

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଏକ ଫାଟ ଦେଖାଯିବା ପରେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭରେ ଏବେ କିଭଳି ଭାବେ ଏହି ଫାଟ ସୃଷ୍ଟି ହୋଇଛି ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ। ଏହି ସ୍ତମ୍ଭର ଉଚ୍ଚତା  ୩୩ ଫୁଟ ୮ ଇଞ୍ଚ। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ରାଜା ଦିବ୍ୟସିଂହ ଦେବ କୋଣାର୍କରୁ ଏହି ସ୍ତମ୍ଭକୁ ଆଣି ସିଂହଦ୍ୱାର […]

ଅଦ୍ୟତନ ହୋଇଛି
ଅରୁଣ ସ୍ତମ୍ଭରେ ଫାଟ !

aruna

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଏକ ଫାଟ ଦେଖାଯିବା ପରେ ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଅରୁଣ ସ୍ତମ୍ଭରେ ଏବେ କିଭଳି ଭାବେ ଏହି ଫାଟ ସୃଷ୍ଟି ହୋଇଛି ତାହା କିନ୍ତୁ ସ୍ପଷ୍ଟ ହୋଇନାହିଁ।

Advertisment

ଏହି ସ୍ତମ୍ଭର ଉଚ୍ଚତା  ୩୩ ଫୁଟ ୮ ଇଞ୍ଚ। ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ରାଜା ଦିବ୍ୟସିଂହ ଦେବ କୋଣାର୍କରୁ ଏହି ସ୍ତମ୍ଭକୁ ଆଣି ସିଂହଦ୍ୱାର ସମ୍ମୁଖରେ ପ୍ରତିଷ୍ଠା କରାଇଥିଲେ। ଏହି ସ୍ତମ୍ଭ ଉପରେ ସୂର୍ଯ୍ୟଙ୍କ ସାରଥୀ ଅରୁଣ ବିରାଜମାନ କରିଛନ୍ତି।

ଶ୍ରୀମନ୍ଦିରକୁ ମ‌ହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରିବା ପରେ ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି।

Advertisment

ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି।  ଅରୁଣ ସ୍ତମ୍ଭରେ ଫାଟ କିମ୍ବା ଗାତ ଥିବା ଯଦି ଜଣାପଡେ ତେବେ ତୁରନ୍ତ ଏହାର  ମରାମତି କରାଯିବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସ ମହାପାତ୍ର।

ତେବେ ଏନେଇ ଏଏସ୍‌ଆଇ କିମ୍ବା ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ମତାମତ ମିଳିପାରିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe