puri
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଶ୍ରୀମନ୍ଦିର ନାଟ ମଣ୍ଡପର ଛାତରେ ଫାଟ ରହିଛି। ଯାଞ୍ଚ ପରେ ଏହି ସୂଚନା ଦେଇଛନ୍ତି ବୈଷୟିକ କୋର୍ କମିଟି ସଦସ୍ୟ ଏ.କେ. ପଟେଲ।
ଶ୍ରୀ ପଟେଲଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ନାଟ ମଣ୍ଡପର ଛାତ ଓ ୨ଟି କଲମ କ୍ୟାପିଟାଲ୍ରେ ଫାଟ ରହିଛି। ଏଥିପାଇଁ ପାଣି ଗଳିବା ସହ ନାଟ ମଣ୍ଡପରୁ ଚୂନ ମଧ୍ୟ ଛାଡ଼ୁଛି। ତେବେ ଏହାର ମରାମତି ପାଇଁ ଜଗମୋହନ ଭଳି ଷ୍ଟିଲ୍ ବକ୍ସ ଫ୍ରେମ୍ ଲଗାଯିବ ନା ନାହିଁ, ସେନେଇ ଆଗକୁ ତର୍ଜମା କରାଯିବ ବୋଲି ସେ କହିଛନ୍ତି।
ଆଇଆଇଟି ଚେନ୍ନାଇର ଆସୋସିଏଟ୍ ପ୍ରଫେସର୍ ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତା, ଆଇଆଇଟି ଖଡ଼ଗପୁରର ଡ. ଏସ୍କେ ଭଟାଚାର୍ଯ୍ୟଙ୍କ ସହ ଏଏସ୍ଆଇର ବହୁ ବିଶେଷଜ୍ଞଙ୍କ ସମେତ ବୈଷୟିକ କୋର୍ କମିଟି ନାଟମଣ୍ଡପ, ଜୟବିଜୟ ଦ୍ୱାର ଓ ଗରୁଡ଼ ସ୍ତମ୍ଭର ସ୍ଥିତିକୁ ଟିକିନିଖି ଯାଞ୍ଚ କରିଥିଲେ।
ପରେ ପାନ୍ଥ ନିବାସରେ ଟିମ୍ ଏନେଇ ବିସ୍ତୃତ ଆଲୋଚନା କରିଥିଲା। ନାଟମଣ୍ଡପରେ ମୋଟ ୧୬ଟି କଲମ ରହିଥିବା ବେଳେ ୪ଟି ସେଣ୍ଟ୍ରାଲ କଲମ୍ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/puri.jpg)