ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

ପୁରୀ(ଓଡ଼ିଶା ରିପୋର୍ଟର): ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ ଦେଖାଦେଇଛି । ସେହିପରି ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ ହୋଇଛି ।  ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ଅଧିକାରୀ । ପରମ୍ପରା ଅନୁଯାୟୀ, ହେରାପଞ୍ଚମୀ ପରଦିନ ଶରଧା ବାଲିରେ ରହିଥିବା ୩ ରଥକୁ  ଟଣାଯାଇ […]

ratha

ratha

Niharika Rout
  • Published: Monday, 04 July 2022
  • Updated: 04 July 2022, 05:07 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଦେଖାଦେଇଛି ଫାଟ । ରଥର ଦକ୍ଷିଣମୋଡ଼ ପୂର୍ବରୁ ଆଜି ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି । ତାଳଧ୍ୱଜ ରଥର ପଡ଼ିନାହାକା ଚକରେ ଫାଟ ଦେଖାଦେଇଛି । ସେହିପରି ଦର୍ପଦଳନର ବଡ଼ଉଛୁଳା ଚକରେ ଫାଟ ହୋଇଛି ।  ଉଭୟ ଚକରେ ଲୁହା ପ୍ଲେଟ ଲଗାଯିବ ବୋଲି କହିଛନ୍ତି ଅଧିକାରୀ ।

ପରମ୍ପରା ଅନୁଯାୟୀ, ହେରାପଞ୍ଚମୀ ପରଦିନ ଶରଧା ବାଲିରେ ରହିଥିବା ୩ ରଥକୁ  ଟଣାଯାଇ ନାକଚଣା ଦୁଆରକୁ ନିଆଯାଇଥାଏ । ତା’ ପୂର୍ବରୁ ୩ ରଥର ଚକକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯାଇଥାଏ । ଆଜି ନିୟମିତ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଫାଟ ସମ୍ପର୍କରେ ଜଣାପଡ଼ିଛି।

[caption id="attachment_746638" align="aligncenter" width="650"]ratha ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ରଥ ଚକକୁ ଯାଞ୍ଚ କରୁଛନ୍ତି।[/caption]

ଏନେଇ ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ଅଜିତ ମହାପାତ୍ର କହିଛନ୍ତି, ଦକ୍ଷିଣ ମୋଡ଼ ଓ ବାହୁଡ଼ା ଯାତ୍ରାରେ ଯେପରି କିଛି ଅସୁବିଧା ନ ହେବ ସେଥିପାଇଁ ସବୁବର୍ଷ ନିୟମିତ ପ୍ରକ୍ରିୟା ଭାବେ ଯାଞ୍ଚ କରାଯାଇଥାଏ। ଆଜି ରଥ ଚକରେ ଫାଟ ଥିବା ଜଣାପଡ଼ିଥିବା ବେଳେ ଦକ୍ଷିଣ ମୋଡ଼ ପୂର୍ବରୁ ଏହାର ମରାମତି କାମ କରାଯିବ ।

ସୂଚନାଯୋଗ୍ୟ, ରଥର ଦକ୍ଷିର ମୋଡ଼ ପୂର୍ବରୁ ଯାଞ୍ଚ କରାଯିବା ପରି  ରଥନାକଚଣା ଦୁଆରରେ ପହଞ୍ଚିଲେ ପୁନର୍ବାର ଯାଞ୍ଚ ହେବ । ପୂର୍ତ୍ତ ବିଭାଗ, ବିଶ୍ୱକର୍ମା ମହାରଣା, କମାର ସେବକ ଉପସ୍ଥିତ ରହି ଏହି ଯାଞ୍ଚ କରିବେ । ଆଜି  ଯାଞ୍ଚ ବେଳେ ରଥ ଚକର ଯେଉଁ ଅଂଶ କ୍ଷତିଗ୍ରସ୍ତ ବୋଲି ଚିହ୍ନଟ କରାଯାଇଛି ତାହାକୁ ଆସନ୍ତାକାଲି ମରାମତି କରାଯିବ ।

[caption id="attachment_746641" align="aligncenter" width="650"]ratha ଶରଧା ବାଲିରେ ଲାଗିଛି ୩ ରଥ ।[/caption]

ଆସନ୍ତାକାଲି ହେରାପଞ୍ଚମୀ ଥିବା ବେଳେ ତା’ ପରଦିନ ୩ ରଥକୁ ଦକ୍ଷିଣ ମୋଡ କରାଯିବ।  ପରମ୍ପରା ଅନୁଯାୟୀ, ପ୍ରଥମେ ଦର୍ପଦଳନ, ପରେ ତାଳଧ୍ୱଜ ଓ ପରେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ କରାଯିବ ।

ରଥ ନିର୍ମାଣବେଳେ ନନ୍ଦିଘୋଷ ଅଖରେ ଫାଟ ଦେଖାଦେଇଥିବା ବେଳେ ନୂଆ  ଅଖ ବଦଳାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story