Advertisment

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଆରସିସି

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର): ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟ ଜିଲ୍ଲା ବିଜାଘାଟି ସିଆରସିସି ସିଂହସେଠୀ କିଷନ କୁମାର। ସେ ଜଣେ ଶିକ୍ଷକଙ୍କ ଠାରୁ ତାଙ୍କ ସର୍ଭିସ୍ ରେକର୍ଡ ଅପ୍‌ଡେଟ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ସିଆରସିସି ସିଂହସେଠୀ କିଷନ କୁମାରଙ୍କୁ ଏକ ଗ୍ରାହକ ସେବା କେନ୍ଦ୍ରରୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ସେ ସେହି ସମୟରେ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଉଥିଲେ। […]

ଅଦ୍ୟତନ ହୋଇଛି
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଆରସିସି

CRCC

Advertisment

ନାରାୟଣପାଟଣା (ଓଡ଼ିଶା ରିପୋର୍ଟର): ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କୋରାପୁଟଜିଲ୍ଲା ବିଜାଘାଟି ସିଆରସିସି ସିଂହସେଠୀ କିଷନ କୁମାର। ସେ ଜଣେ ଶିକ୍ଷକଙ୍କ ଠାରୁ ତାଙ୍କ ସର୍ଭିସ୍ ରେକର୍ଡ ଅପ୍‌ଡେଟ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

Advertisment

ସିଆରସିସି ସିଂହସେଠୀ କିଷନ କୁମାରଙ୍କୁ ଏକ ଗ୍ରାହକ ସେବା କେନ୍ଦ୍ରରୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ସେ ସେହି ସମୟରେ ଅଭିଯୋଗକାରୀଙ୍କ ଠାରୁ ୨୦ ହଜାର ଟଙ୍କା ନେଉଥିଲେ। ସିଂହସେଠୀ କିଷନ କୁମାରଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ସିଆରସିସି ସିଂହସେଠୀ କିଷନ କୁମାରଙ୍କୁ ଗିରଫ କରିବା ପରେ ନାରାୟଣପାଟଣା ସ୍ଥିତ ତାଙ୍କ ଘର ଓ ଅଫିସ୍‌ରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି।

Advertisment
Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe