/odisha-reporter/media/post_attachments/uploads/2019/10/crime-branch-arrest-pramila-malliks-brother-from-sambalpur.jpg)
crime-branch-arrest-pramila-malliks-brother-from-sambalpur
ସମ୍ୱଲପୁର(ସଞ୍ଜୟ ଜେନା): ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ। ମୁମ୍ୱାଇ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଆଜି ଗିରଫ କରିଛି। ଏପରିକି କ୍ଷୀରୋଦଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)। ଆର୍ଥିକ ଅନିୟମିତତା ମାମଲାରେ ବାପ-ପୁଅକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି।
ଅଭିଯୋଗରୁ ପ୍ରକାଶ, କ୍ଷୀରୋଦ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିଥିଲେ। ଯାହାର ନେଟ୍ୱାର୍କ ସମଗ୍ର ଓଡ଼ିଶା ସହିତ ପଡୋଶୀ ରାଜ୍ୟରେ ମଧ୍ୟ ଖୋଲିଥିଲା। ଲୋକଙ୍କୁ ଲୋଭ ଦେଖାଇ ବହୁ ଅର୍ଥ ହଡ୍ପ କରାଯାଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ପୂର୍ବରୁ ସେ ଗିରଫ ହୋଇଥିଲେ। ପରେ ସେ ବେଲ୍ରେ ଆସିଥିଲେ।
ତେବେ ୨୦୧୨ ମସିହାରେ ହୋଇଥିବା ଆର୍ଥିକ କାରବାର ମାମଲାରେ ଆଜି ମୁମ୍ୱାଇ କ୍ରାଇମବ୍ରାଞ୍ଚ ଗିରଫ କ୍ଷୀରୋଦ ଓ ତାଙ୍କ ପୁଅକୁ ଗିରଫ କରିଛି।
କିନ୍ତୁ ଏନେଇ କ୍ଷୀରୋଦ କିମ୍ୱା ମୁମ୍ୱାଇ କ୍ରାଇମ୍ବ୍ରାଞ୍ଚ ପ୍ରତିନିଧିଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
