Advertisment

‘ମୋ ଘରକୁ କ୍ରାଇମବ୍ରାଞ୍ଚ ଆସୁଛି, ମୋତେ ଖବର ନାହିଁ’

ସୋର(ଓଡ଼ିଶା ରିପୋର୍ଟର):  “ଆମ ଘରକୁ କ୍ରାଇମବ୍ରାଞ୍ଚ ଟିମ୍‌ ଆସୁଛି, ହେଲେ ଆମ ପାଖରେ ଖବର ନାହିଁ। ସେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିନୁ। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି।” ଏପରି କହି ପୁଅ ମୃତ୍ୟୁର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ମୃତ ACF ସୌମ୍ୟରଂଜନ ମହାପାତ୍ର ବାପା। ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲା […]

author-image
Niharika Rout
ଅଦ୍ୟତନ ହୋଇଛି
‘ମୋ ଘରକୁ କ୍ରାଇମବ୍ରାଞ୍ଚ ଆସୁଛି, ମୋତେ ଖବର ନାହିଁ’

soumyaranjan murder mistry

ସୋର(ଓଡ଼ିଶା ରିପୋର୍ଟର):  “ଆମ ଘରକୁ କ୍ରାଇମବ୍ରାଞ୍ଚ ଟିମ୍‌ ଆସୁଛି, ହେଲେ ଆମ ପାଖରେ ଖବର ନାହିଁ। ସେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିନୁ। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି।” ଏପରି କହି ପୁଅ ମୃତ୍ୟୁର ତଦନ୍ତ ପ୍ରକ୍ରିୟା ଉପରେ ସନ୍ଦେହ ପ୍ରକଟ କରିଛନ୍ତି ମୃତ ACF ସୌମ୍ୟରଂଜନ ମହାପାତ୍ର ବାପା।

Advertisment

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲା ଉପରୁ ପରଦା ହଟାଇବାକୁ ଆଜି ବାଲେଶ୍ୱର ଖଇରାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍‌। ଏହି ଟିମ୍‌ ପ୍ରଥମେ ସୌମ୍ୟଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରୁଛି। ଏହାପରେ ଆସନ୍ତା କାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି  ସୂଚନା ଦେଇଛନ୍ତି। ହେଲେ ଏନେଇ ଆଗରୁ କିଛି ସୂଚନା ଦିଆଯାଇ ନ ଥିବା କହିଛନ୍ତି ସୌମ୍ୟଙ୍କ ବାପା।

ଏଥିସହ ସେ କହିଛନ୍ତି, ୫୦ ଦିନ ହେବ ପୁଅ ଗଲାଣି। କିନ୍ତୁ ତା’ ଘର, ଅଫିସ୍‌ କିଛି ସିଜ୍‌ ହେଲାନି। ସବୁ ପ୍ରମାଣ ନଷ୍ଟ କରିଦେଲେ। ଡିଜିଙ୍କୁ ସାକ୍ଷାତ କରିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଗଲା। ପ୍ରଥମ ୮-୧୦ ଦିନ କ୍ରାଇମବ୍ରାଞ୍ଚ ଠିକ୍‌ ଭାବେ ତଦନ୍ତ କଲେ। ଭାବିଥିଲୁ ନ୍ୟାୟ ପାଇବୁ। କିନ୍ତୁ ଏହାପରେ ବସିଗଲା। ପଚାରିବାରୁ ସେତେବେଳେ କହିଲେ ଆମକୁ ଉପରୁ ନିର୍ଦ୍ଦେଶ ନାହିଁ। ଏବେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିପାରୁନୁ।

Advertisment

ଗତକାଲି ବିଧାନସଭା ଯାଇ ବିରୋଧି ଦଳ ନେତାଙ୍କୁ ଦେଖା କରିଥିଲୁ। ବିଧାନସଭାରେ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଥିଲୁ। ରାଜ୍ୟପାଳଙ୍କୁ ଦାବିପତ୍ର ଦେଲୁ। ସେଥିପାଇଁ  କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରିବାକୁ ଆସୁଛି।

ଆମେ ୫୦ ଦିନ ତଳେ ଏଫଆଇଆର ଦେଲୁ। ବିଦ୍ୟାଭାରତୀ, ମନ୍ମଥ କୁମ୍ଭ, ସଂଗ୍ରାମ କେଶରୀ ବେହେରାଙ୍କ ନାଁରେ ଅଭିଯୋଗ କଲୁ।  ସେମାନଙ୍କ ନାଁରେ ବିଭିନ୍ନ ସଙ୍ଗୀନ ଅଭିଯୋଗ ଲାଗିଥିବା ବେଳେ ସେମାନଙ୍କୁ ଗିରଫ କରାଯାଉନି। ଅଭିଯୁକ୍ତଙ୍କୁ ଥାନାକୁ ନ ଡକାଇ ଘରକୁ ଯାଇ ପଚାରୁଛନ୍ତି। ତେଣୁ କିପରି ଭରସା ପାଇବ।

ସୂଚନାଯୋଗ୍ୟ, ଆଜି ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପହଞ୍ଚିଛନ୍ତି। ଦେଢ ମାସ ପରେ ବି ସୌମ୍ୟରଂଜନଙ୍କ ମୃତ୍ୟୁ ଉପରୁ ପରଦା ଉଠି ପାରୁ ନ ଥିବା ବେଳେ ଆଜି ତାଙ୍କ ପରିବାର ସଦସ୍ୟଙ୍କ ବୟାନ ନେବ କ୍ରାଇମବ୍ରାଞ୍ଚ। ଆସନ୍ତା କାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ACF ସୌମ୍ୟରଂଜନ କେମିତି ନିଆଁ ଲାଗି ଜଳିଗଲେ? ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ସଂଗ୍ରାମଙ୍କ ମଧ୍ୟରେ କୌଣସି ଅନ୍ତରଂଗ ସମ୍ପର୍କ ଥିଲା କି? ଚାକିରୀ କ୍ଷେତ୍ରରେ ଡିଏଫ୍ଓ କୌଣସି ଚାପ ପକାଉଥିଲେ କି? ଏଭଳି ଏକାଧିକ ପ୍ରଶ୍ନ ଧରି ପୂର୍ବରୁ ଡିଏଫ୍ଓଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ। ତା’ ସହ ଏକାଧିକ ସାକ୍ଷୀଙ୍କୁ ମଧ୍ୟରେ ପାରଳାଖେମୁଣ୍ଡିରେ ପଚରାଉଚରା କରି ସମସ୍ତ ତଦନ୍ତ ପ୍ରକ୍ରିୟା ସାରିଦେଇଥିଲା ଏହି ତଦନ୍ତକାରୀ ସଂସ୍ଥା। ହେଲେ ଏବେ କିପରି ସତ ଉଗାରି ଘଟଣା ଉପରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ ତାହା ଦେଖିବାକୁ ବାକି ରହିଲା।

ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ବେଳେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ନିଜ ସରକାରୀ କ୍ୱାର୍ଟର୍ସରେ ଥିଲେ। ଠିକ୍‌ ଏହି ସମୟରେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ କଟକରେ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ଦୁଇ ଦିନ ପର୍ଯ୍ୟନ୍ତ ବିଦ୍ୟାଭାରତୀ ମୁହଁ ଖୋଲିନଥିଲେ। ପରେ ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଠି ଉଠାଇଥିଲେ। ଏପରିକି ସୌମ୍ୟଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ  ଅଭିଯୋଗ କରିଥିଲେ। ବିଦ୍ୟା ଓ ଡିଏଫ୍‌ଓଙ୍କ ଭିତରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ ଦର୍ଶାଇଥିଲେ ସୌମ୍ୟଙ୍କ ବାପା। ଏହା ପରେ ପାରଳାଖେମୁଣ୍ଡି ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ସୌମ୍ୟଙ୍କ ଘର ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ, ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା। ତଦନ୍ତ ଚାଲିଥିବା ବେଳେ ବିଦ୍ୟାଭାରତୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ଗଜପତିର ପୂର୍ବତନ ଏସ୍‌ପି। ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିସାରିଛି। ଏବେ ବିଦ୍ୟାଭାରତୀଙ୍କ ପାଳି।

ACFO Death