କ୍ରାଇମବ୍ରାଞ୍ଚର ମାରାଥନ ଜେରା

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର) ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF  ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା ।  ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିସିଏଫଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଲଗାତର ୪ ଘଣ୍ଟା ଧରି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ଟିମ । ୪ ଘଣ୍ଟାର ଜେରା ପରେ ବାହାରିଥିଲେ ଦୁଇ ଏସିଏଫ୍  ସୌମ୍ୟଙ୍କ ଦୁଇ ସହକର୍ମୀ ଏସିଏଫଙ୍କ ସହ ରୋଷେୟା ମନ୍ମଥ କୁମ୍ଭ ଏବେଂ ଅନ୍ୟ ୩ ଫରେଷ୍ଟରଙ୍କୁ ଜେରା ପାଇଁ ଡାକିଥିଲା କ୍ରାଇମବ୍ରାଞ୍ଚ […]

Soumaya

Tapas Behera
  • Published: Monday, 16 August 2021
  • , Updated: 16 August 2021, 04:00 PM IST

ପାରଳାଖେମୁଣ୍ଡି(ଓଡ଼ିଶା ରିପୋର୍ଟର) ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF  ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା ।  ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିସିଏଫଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଲଗାତର ୪ ଘଣ୍ଟା ଧରି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚର ଟିମ । ୪ ଘଣ୍ଟାର ଜେରା ପରେ ବାହାରିଥିଲେ ଦୁଇ ଏସିଏଫ୍  ସୌମ୍ୟଙ୍କ ଦୁଇ ସହକର୍ମୀ ଏସିଏଫଙ୍କ ସହ ରୋଷେୟା ମନ୍ମଥ କୁମ୍ଭ ଏବେଂ ଅନ୍ୟ ୩ ଫରେଷ୍ଟରଙ୍କୁ ଜେରା ପାଇଁ ଡାକିଥିଲା କ୍ରାଇମବ୍ରାଞ୍ଚ ।  ଅପରାହ୍ନରେ ଅନ୍ୟ ୪ ଜଣଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ତଦନ୍ତ ନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍ପି ଜ୍ଞାନରଂଜନ ମିଶ୍ର। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ସଂପୃକ୍ତ ରୋଷେୟାଙ୍କ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଭଳି ସଂଗୀନ ଦଫା ଲାଗିଛି।  ଏମାନଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ଲୋକେ ବି ସିଧା ଅଭିଯୋଗ କରୁଛନ୍ତି ।  ସଂପୃକ୍ତ ରୋଷେୟା ଏହି ମାମଲାର ଅନ୍ୟତମ ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଉଛି।  ତେଣୁ ଘଟଣା ଦିନ ରାତିରେ କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲା ଓ ସେ କଣ ଦେଖିଥିଲେ ଏ ସଂପର୍କରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଜେରା କରାଯାଉଥିବା ଜଣାପଡିଛି । ଅପର ପକ୍ଷରେ ପୁରା ତଦନ୍ତ ଦାୟିତ୍ୱ ଭାର ନେଇଥିବା କ୍ରାଇମବ୍ରାଞ୍ଚ ଡିଏଫ୍ଓ ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମଧ୍ୟ ପୁଣି ଥରେ ପଚରା ଉଚରା କରିବ ବୋଲି ଜଣାପଡ଼ିଛି ।

Related story