Advertisment

୭୦ ପ୍ରଶ୍ନ ପଚାରିଲେ, ବିଦ୍ୟାଙ୍କ ଠାରୁ କ’ଣ ଉଗାଳିଲା କ୍ରାଇମବ୍ରାଞ୍ଚ ?

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ ଘଣ୍ଟାର ଜେରା। ୭୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ। ସ୍ୱାମୀ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ବିଷୟରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଏମିତି ମାରାଥନ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। ତେବେ ତାଙ୍କ ଠାରୁ କ’ଣ ସୁରାକ୍‌ ମିଳିଛି ସେ ବିଷୟରେ କିଛି ଖୁଲାସା କରିନାହିଁ କ୍ରାଇମବ୍ରାଞ୍ଚ। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି  ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ସାଢ଼େ ୬ ଘଣ୍ଟା ଧରି ଜେରା କରାଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୭୦ଟି ପ୍ରଶ୍ନ […]

author-image
Tapas Behera
ଅଦ୍ୟତନ ହୋଇଛି
୭୦ ପ୍ରଶ୍ନ ପଚାରିଲେ, ବିଦ୍ୟାଙ୍କ ଠାରୁ କ’ଣ ଉଗାଳିଲା କ୍ରାଇମବ୍ରାଞ୍ଚ ?

5gn

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୬ ଘଣ୍ଟାର ଜେରା। ୭୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ। ସ୍ୱାମୀ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ବିଷୟରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଏମିତି ମାରାଥନ ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ। ତେବେ ତାଙ୍କ ଠାରୁ କ’ଣ ସୁରାକ୍‌ ମିଳିଛି ସେ ବିଷୟରେ କିଛି ଖୁଲାସା କରିନାହିଁ କ୍ରାଇମବ୍ରାଞ୍ଚ। ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆଜି  ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ସାଢ଼େ ୬ ଘଣ୍ଟା ଧରି ଜେରା କରାଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ୭୦ଟି ପ୍ରଶ୍ନ କରାଯାଇଛି।  ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସ୍‌ପି ଇମାନ କଲ୍ୟାଣୀ। ବିଦ୍ୟାଙ୍କ ବାପା-ମାଙ୍କୁ ମଧ୍ୟ ଜେରା କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି ଯେ, ଆମେ ଯାହା ପ୍ରଶ୍ନ କରିଛୁ ତାହା ଆମେ କହିପାରିବୁ ନାହିଁ। ଯେହେତୁ ଏହା କୋର୍ଟରେ ମେଟର ରହିଛି। ସେହିପରି ସୌମ୍ୟଙ୍କ ବାପା ଆଣିଥିବା ଅଭିଯୋକୁ ନେଇ ପଚରାଉଚରା କରାଯାଇଛି ବୋଲି ସେ କହିଛନ୍ତି। ତଦନ୍ତ ଠିକ୍ ଭାବେ କରିଛୁ। ଆମ ତଦନ୍ତ ଯେଉଁ ଲାଇନରେ ଯିବା କଥା ତାହା ଠିକ୍ ଭାବରେ ଯାଉଛି।

Advertisment

ପୁଣି ଆବଶ୍ୟକ  ହେଲେ ଜେରା କରାଯିବ ବୋଲି ସେ କହିଛନ୍ତି।  ତେବେ ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା, କାହିଁକି ତାଙ୍କୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିଲା ନାହିଁ, ସୌମ୍ୟଙ୍କୁ ରକ୍ଷା କରିବାକୁ ବିଦ୍ୟାଭାରତୀ କ’ଣ ଚେଷ୍ଟା କରିଥିଲେ ?  ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କେମିତି ସମ୍ପର୍କ ଥିଲା, ସ୍ୱାମୀ-ସ୍ତ୍ରୀଙ୍କ ବୈବାହିକ ସମ୍ପର୍କ ଭିତରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ଭୂମିକା କଣ, ସୌମ୍ୟଙ୍କ ଉପରେ ଡିଏଫ୍ଓ କିଛି ଚାପ ପକାଉଥିଲେ କି ଏମିତି ଅନେକ ପ୍ରଶ୍ନକୁ ନେଇ ଜନସାଧାଣଙ୍କ ମନରେ ଉଙ୍କି ମାରୁଥିବା ବେଳେ କ୍ରାଇମବ୍ରାଞ୍ଚ କେଉଁ ସବୁ ପ୍ରଶ୍ନ ପଚାରି କଣ ସବୁ ଉତ୍ତର ପାଇଛି ତାହା ଜଣାପଡ଼ି ନାହିଁ।  ତେବେ ଗତକାଲି ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କ ନେତୃତ୍ୱରେ ଯାଇଥିବା ୪ ଜଣିଆ ଟିମ ସୌମ୍ୟଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରାରେ ପହଞ୍ଚିଥିଲେ। ସେମାନେ ସେଠାରେ ସୌମ୍ୟଙ୍କ ବାପା, ମାଆ, ଭାଇ ଓ ମାମୁଙ୍କୁ ମାମଲା ସମ୍ପର୍କରେ ବିସ୍ତୃତ ଭାବେ ପଚରାଉଚରା କରିବା ସହ ସେମାନଙ୍କ ଅଭିଯୋଗକୁ ରେକର୍ଡ କରିଥିବା ଜଣାଯାଇଛି। ତଦନ୍ତକାରୀ ଟିମ୍‌। ଦୀର୍ଘ ସାଢ଼େ ୩ ଘଣ୍ଟାର ପଚରାଉଚରା ବେଳେ ତଦନ୍ତକାରୀ ଟିମ୍‌ ଆଗରେ ଅଭିଯୋଗ ଦୋହରାଇଛନ୍ତି ସୌମ୍ୟଙ୍କ ପରିବାର ଲୋକେ। ପୁଅର ମୃତ୍ୟୁ ପାଇଁ ବୋହୂ ବିଦ୍ୟାଭାରତୀ, ଡିଏଫ୍‌ଓ ଓ ରୋଷେୟା ଦାୟୀ ବୋଲି କହିଛନ୍ତି। ବୋହୂ ବିଦ୍ୟାଭାରତୀ ଓ ଡିଏଫଙ୍କ ମଧ୍ୟ ଅନୈତିକ ସମ୍ପର୍କ ଥିବା ସେମାନେ ପୁଣି ଦାବି କରିଛନ୍ତି। ସୌମ୍ୟ ମୃତ୍ୟୁ ଘଟଣାରେ କିଛି ରହସ୍ୟଜନକ ଦିଗ ସଂପର୍କରେ ମଧ୍ୟ ସେମାନେ କ୍ରାଇମବ୍ରାଞ୍ଚ ଟିମ୍‌କୁ କହିଛନ୍ତି। ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ ନକରାଯିବା ଯାଏଁ ଘଟଣାର ସତ ପଦାକୁ ଆସିବ ନାହିଁ ବୋଲି କହିଛନ୍ତି ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର।

ସୂଚନାଯୋଗ୍ୟ,  ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ପ୍ରଥମେ ପୁଲିସ୍‌ ତଦନ୍ତ କରୁଥିବା ବେଳେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ ପ୍ରକଟ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତମାସ ୧୪ ତାରିଖରେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଆରମ୍ଭ କରିଥିଲା। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଥିଲା। ଏହା ପରେ ଚୁପ ବସି ଯାଇଥିଲା। ଆସନ୍ତାକାଲି କ୍ରାଇମବ୍ରାଞ୍ଚ ବିଦ୍ୟାଭାରତୀଙ୍କୁ ଜେରା କଲା ପରେ ସୌମ୍ୟ ମୃତ୍ୟୁ ଉପରୁ ରହସ୍ୟ ହଟିବ ବୋଲି ଅନୁମାନ କରାଯାଇଛି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିପାରୁ ନାହାନ୍ତି ସୌମ୍ୟଙ୍କ ବାପା। କ୍ରାଇମବ୍ରାଞ୍ଚ ଟିମ୍‌ ଆସୁଥିବା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବା ଗତକାଲି କହିଥିଲେ  ସୌମ୍ୟଙ୍କ ବାପା ।  ଏଥିସହ  ସେ କାହା ନିର୍ଦ୍ଦେଶରେ ଆସୁଛନ୍ତି ଆମେ ଜାଣିନୁ। ପୁଅ ଯିବାର ୫୦ ଦିନ ପରେ ବି ହାତ ଖାଲି। କ୍ରାଇମବ୍ରାଞ୍ଚ ଉପରେ ସମ୍ପୂର୍ଣ୍ଣ ଭରସା ପାଉନି ବୋଲି ସେ ଗଣମାଧ୍ୟମକୁ କହିଥିଲେ।

Advertisment
ACFO Death