Advertisment

ସତ ବାହାର କରିବାକୁ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ୱର ଜେଲରୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ। ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ବାଲେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟ। ଡିଆର୍‌ଡିଓର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗତ ବୁଧବାର ବାଲେଶ୍ୱର ପୁଲିସ୍‌ ଚାନ୍ଦିପୁର ଆଇଟିଆର୍‌ ଜଣେ କର୍ମଚାରୀ ଓ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ। ସେମାନେ ହେଲେ ଝାମ୍ପରାହାଟ […]

ଅଦ୍ୟତନ ହୋଇଛି
ସତ ବାହାର କରିବାକୁ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ITR

Advertisment

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାରେ ଗିରଫ ହୋଇଥିବା ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ। ସମସ୍ତ ଅଭିଯୁକ୍ତଙ୍କୁ ବାଲେଶ୍ୱର ଜେଲରୁ କଟକ ଆଣୁଛି କ୍ରାଇମବ୍ରାଞ୍ଚ। ୭ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ବାଲେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟ।

Advertisment

ଡିଆର୍‌ଡିଓର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗତ ବୁଧବାର ବାଲେଶ୍ୱର ପୁଲିସ୍‌ ଚାନ୍ଦିପୁର ଆଇଟିଆର୍‌ ଜଣେ କର୍ମଚାରୀ ଓ ୪ ଜଣ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ପୁଲିସ। ସେମାନେ ହେଲେ ଝାମ୍ପରାହାଟ ଗାଁର ବସନ୍ତ ବେହେରା, ଶ୍ରୀକୋଣା ଗ୍ରାମର ଶେଖ୍‌ ମୁଶାଫିର, ପାଳଶିଆର ତାପସ ରଞ୍ଜନ ନାୟକ, ବୁଆଁଳ ଗାଁର ହେମନ୍ତ କୁମାର ମିସ୍ତ୍ରୀ ଓ ଉତ୍ତରପ୍ରଦେଶର ସଚିନ କୁମାର ଓରଫ ଛତା। ଏମାନେ ଦୀର୍ଘ ବର୍ଷ ଧରି ଆଇଟିଆର୍‌ରେ କାମ କରୁଥିଲେ। କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି ଚାକିରି କରୁଥିଲା। ଏହା ସତ୍ତ୍ୱେ ଏମାନେ କେମିତି ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରୁଥିଲେ? କେଉଁ ଲାଳସା ଏମାନେ ଶତ୍ରୁ ରାଷ୍ଟ୍ରକୁ ଦେଶର ଗୁପ୍ତ ତଥ୍ୟ ଦେଉଥିଲେ?

କୁହାଯାଉଛି ଏମାନେ କୁଆଡ଼େ ପାକିସ୍ତାନୀ ସୁନ୍ଦରୀଙ୍କ ମାୟା ଜାଲରେ ପଡ଼ି ଡିଆର୍‌ଡିଓର ଗୁପ୍ତ ତଥ୍ୟ ଦେଇଛନ୍ତି। ତେବେ ଏମାନଙ୍କ ଭିତରେ ମାଷ୍ଟର ମାଇଣ୍ଡ କିଏ କିଏ? ଉତ୍ତରପ୍ରଦେଶର ସଚିନ କୁମାର ଆଇଟିଆର୍‌ର କର୍ମଚାରୀ ହୋଇଥିବା ବେଳେ ବଡ଼ ବଡ଼ ଅଫିସରଙ୍କ ଗାଡ଼ି ଚଲାଉଥିଲେ। ସେହି ଦୃଷ୍ଟିରୁ ସେ ମାଷ୍ଟର ମାଇଣ୍ଡ ହୋଇଥିବା ଅନୁମାନ କରାଯାଉଛି। କାରଣ ସେ ବଡ଼ବଡ଼ ଅଫିସରଙ୍କ ଗାଡ଼ି ଚଳାଉଥିବାରୁ କିଏ କେତେବେଳେ ଆଇଟିଆରକୁ ଆସୁଛି, ସେ ସମ୍ପର୍କରେ ତାଙ୍କ ପାଖରେ ପୂରା ସୂଚନା ଥାଇପାରେ। ତେବେ ଯାହା ହେଉନା କାହିଁକି ପୂରା ଘଟଣା ଉପରେ ଏବେ କ୍ରାଇମବ୍ରାଞ୍ଚ ଓ ଏନ୍‌ଆଇଏ ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe