Advertisment

ଜେରା ହେବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଜେରା ହେବେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। କେବଳ ବିଦ୍ୟାଭାରତୀ ନୁହେଁ, ସୌମ୍ୟରଂଜନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯିବ ସହ ବୟାନ ରେକର୍ଡ କରାଯିବ ବୋଲି ଏଡିଜି ଆଜି ଗଣମାଧ୍ୟମକୁ କହିଛନ୍ତି। ଆସନ୍ତାକାଲି ପ୍ରଥମେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ପରେ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବ। ACF […]

ଅଦ୍ୟତନ ହୋଇଛି
ଜେରା ହେବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା

BidyaBharati

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଜେରା ହେବେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ଏନେଇ ସୂଚନା ଦେଇଛନ୍ତି। କେବଳ ବିଦ୍ୟାଭାରତୀ ନୁହେଁ, ସୌମ୍ୟରଂଜନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରାଯିବ ସହ ବୟାନ ରେକର୍ଡ କରାଯିବ ବୋଲି ଏଡିଜି ଆଜି ଗଣମାଧ୍ୟମକୁ କହିଛନ୍ତି।

Advertisment

ଆସନ୍ତାକାଲି ପ୍ରଥମେ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରାଯିବ। ପରେ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିବ। ACF ସୌମ୍ୟରଂଜନ କେମିତି ନିଆଁ ଲାଗି ଜଳିଗଲେ ? ପତ୍ନୀ ବିଦ୍ୟାଭାରତୀ ଓ ଡିଏଫ୍ଓ ସଂଗ୍ରାମଙ୍କ ମଧ୍ୟରେ କୌଣସି ଅନ୍ତରଂଗ ସମ୍ପର୍କ ଥିଲା କି ? ଚାକିରି କ୍ଷେତ୍ରରେ କୌଣସି ଡିଏଫ୍ଓ କୌଣସି ଚାପ ପକାଉଥିଲେ କି ? ଏଭଳି ଏକାଧିକ ପ୍ରଶ୍ନ ଧରି ପୂର୍ବରୁ ଡିଏଫ୍ଓଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ।

ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ବେଳେ ସୌମ୍ୟରଞ୍ଜନ ଓ ତାଙ୍କ ପତ୍ନୀ ବିଦ୍ୟା ଭାରତୀ ନିଜ ସରକାରୀ କ୍ୱାର୍ଟର୍ସରେ ଥିଲେ। ଠିକ୍‌ ଏହି ସମୟରେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ କଟକରେ ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ମୃତ୍ୟୁ ଦୁଇ ଦିନ ପର୍ଯ୍ୟନ୍ତ ବିଦ୍ୟାଭାରତୀ ମୁହଁ ଖୋଲିନଥିଲେ। ପରେ ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଠି ଉଠାଇଥିଲେ। ଏପରିକି ସୌମ୍ୟଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ  ଅଭିଯୋଗ କରିଥିଲେ। ବିଦ୍ୟା ଓ ଡିଏଫ୍‌ଓଙ୍କ ଭିତରେ ଅନୈତିକ ସମ୍ପର୍କ ଥିବା ଅଭିଯୋଗରେ ଦର୍ଶାଇଥିଲେ ସୌମ୍ୟଙ୍କ ବାପା। ଏହା ପରେ ପାରଳାଖେମୁଣ୍ଡି ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ ସୌମ୍ୟଙ୍କ ଘର ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀ, ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଜେରା କରିଥିଲା। ତଦନ୍ତ ଚାଲିଥିବା ବେଳେ ବିଦ୍ୟାଭାରତୀଙ୍କ ଛାଡ଼ି ଅନ୍ୟ ସମସ୍ତଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ଗଜପତିର ପୂର୍ବତନ ଏସ୍‌ପି। ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ଏପରିକି ଆତ୍ମାହୂତି ଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ଡିଜିପି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ପ୍ରଥମ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ରୋଷେୟା, ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ଥାନା ଅଧିକାରୀ ମମତା ପଣ୍ଡାଙ୍କୁ ଘନ ଘନ ଜେରା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe