ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ଏସ୍ଆଇଟି। ତାଙ୍କୁ ଝାରପଡ଼ା ଜେଲରୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯାଇଛି। ସେଠାରେ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ବସାଇ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ। ଟାଟା ନାଁରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ସହ ଠକେଇ କରିଥିବା ତାଙ୍କ ନାମରେ ଅଭିଯୋଗ ରହିଛି।
ଗତ ୪ ତାରିଖ ସନ୍ଧ୍ୟା ବେଳେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ। ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏବେ ପ୍ରଦୀପ ଝାରପଡ଼ା ଜେଲ୍ରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଓଡ଼ିଶା ଛାଡ଼ିବେ ପାଣ୍ଡିଆନ: ବିଜେଡି ସମ୍ଭାଳିବେ ବବି, ନେତାଙ୍କ ତୁଣ୍ଡରେ ତୁଣ୍ଡି
ଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ଦଳରେ ପଂଚାୟତଠୁ ରାଜ୍ୟସ୍ତର ପର୍ଯ୍ୟନ୍ତ ତୀବ୍ର ଗୋଷ୍ଠୀକନ୍ଦଳ ଲାଗି ରହିଥିବାରୁ ପାଣ୍ଡିଆନଙ୍କ ପ୍ରସ୍ତୁତ ଏହି ଇକୋସିଷ୍ଟମ ଓ ରିମୋଟ୍ କଂଟ୍ରୋଲରେ ନିୟନ୍ତ୍ରଣ କେତେ ପ୍ରଭାବୀ ହୋଇପାରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Miscellaneous
ବିଜେଡି ସାଂସଦଙ୍କ ପତ୍ନୀଙ୍କ କରାମତି: ରାତାରାତି ସଂସ୍ଥା ଗଢ଼ି ନେଇ ଯାଇଛନ୍ତି ସରକାରୀ ସମ୍ପତ୍ତି, ଜଳଜଳ ଦିଶୁଛି ଜାଲିଆତି
ନିଜର ଗଡ଼ଫାଦର ତଥା ‘ଧରମ ଶ୍ୱଶୁର’ଙ୍କ ପତିଆରା ଏବଂ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଛତ୍ରଛାୟାରେ ରହି ସମସ୍ତଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଶାଗମାଛ ଦରରେ ମାନସଙ୍କ ପତ୍ନୀ ଗାୟତ୍ରୀବାଳା ପଣ୍ଡା ୩୦ବର୍ଷିଆ ଲିଜରେ ରାଜ୍ୟ ସରକାରଙ୍କ ଏଭଳି ଏକ ସମ୍ପତ୍ତିକୁ ହାତେଇଛନ୍ତି ।

Guest Column
ରାଜା ଚକ୍ର ଖଣି କଳା କାରନାମାର କେବଳ ଗୋଟିଏ ବିନ୍ଦୁ
ରାଜ୍ୟରେ ଖଣି ସୂତ୍ରରୁ ଆଇନସିଦ୍ଧ ଭାବେ ଯାହା ଉତ୍ପାଦନ ପାଇଁ ମଞ୍ଜୁର ଦିଆଯାଉଛି ଓ ଯେଉଁଥିରୁ ରାଜ୍ୟ ସରକାର ଖଣି ରାଜସ୍ୱ ପାଉଛନ୍ତି ତାହା ବାହାରେ ଖଣିକୁ କେନ୍ଦ୍ର କରି ଲୋଡିଂ ଓ ଟ୍ରାନ୍ସପୋର୍ଟିଂ ସମେତ ସମସ୍ତ ବ୍ୟବସ୍ଥା ଏପରି କରାଯାଇଛି ଯେ, ସେଥିରେ ପ୍ରତି ସ୍ତରରେ ଟନ୍ ପିଛା ଚାନ୍ଦା ବା ବଟି ଆକାରରେ କଳାଧନ ଆଦାୟ କରାଯାଉଛି।

Guest Column
ଗ୍ରାମାଞ୍ଚଳ ଅର୍ଥନୀତିର ବାହକ ପ୍ରବାସୀ ଶ୍ରମିକ
ସେଦିନ କୋଣାର୍କ ନିକଟସ୍ଥ ଏକ ଗ୍ରାମରେ ମୋର ତାମିଲନାଡୁର ଜଣେ ବନ୍ଧୁଙ୍କ ସହିତ ସ୍ଥାନୀୟ ଯୁବକମାନେ ତାମିଲରେ କଥା ହେବା ମୋତେ କିଛି ସମୟ ଲାଗି ଆଶ୍ଚର୍ଯ୍ୟ କରିଦେଇଥିଲା। ପଚାରିବାରୁ ଜାଣିଲି ଯେ ଏବେ କିଛି ବର୍ଷ ହେବ ଉଦୟକଣି ଓ ପାଖାପାଖି ଗ୍ରାମର ଯୁବକମାନେ ତାମିଲନାଡୁର ବିଭିନ୍ନ ସହରରେ ଯାଇ କାମ କରୁଛନ୍ତି। ଆବଶ୍ୟକ ହେବା ଭଳି ତାମିଲ ଭାଷା ସେମାନେ ସେହିଠାରୁ ଶିଖିନେଇଛନ୍ତି।

Miscellaneous
ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼, ତଦନ୍ତ କରିବ କି ସିବିଆଇ?
ନବଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛୁ ବୋଲି ଦାବି କରିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନାରେ ସିବିଆଇ ତଦନ୍ତ ସମ୍ପର୍କରେ ଉଲ୍ଲେଖ ନଥିବାରୁ କିଏ ସତ କହୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।