Advertisment

ଆଦିତ୍ୟ ମୃତ୍ୟୁ ରହସ୍ୟ; କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସମାଜସେବୀ ତଥା ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ଏହି ମାମଲାର ଖିଅ ପାଇବାକୁ ଜିଆରପି ଖୋଳତାଡ଼ ଜାରି ରଖିଥିବା ବେଳେ ଦିନକୁ ଦିନ ଏହା ରହସ୍ୟ ଘେରକୁ ଠେଲି ହୋଇଯାଉଥିଲା।  ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ପୁଲିସ ଡିଜି ଅଭୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। I have ordered Crime Branch to take Charge of […]

author-image
Niharika Rout
ଅଦ୍ୟତନ ହୋଇଛି
ଆଦିତ୍ୟ ମୃତ୍ୟୁ ରହସ୍ୟ; କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଦାୟିତ୍ୱ

aditya-dash-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସମାଜସେବୀ ତଥା ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ଏହି ମାମଲାର ଖିଅ ପାଇବାକୁ ଜିଆରପି ଖୋଳତାଡ଼ ଜାରି ରଖିଥିବା ବେଳେ ଦିନକୁ ଦିନ ଏହା ରହସ୍ୟ ଘେରକୁ ଠେଲି ହୋଇଯାଉଥିଲା।  ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ପୁଲିସ ଡିଜି ଅଭୟ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ୭ ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା।  ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ଜିଆରପି କରୁଥିବା ବେଳେ ଏହାର ଅଗ୍ରଗତି ସମ୍ପର୍କରେ ରିପୋର୍ଟ ମାଗିଛନ୍ତି NHRC। ପୁଲିସ୍‌ କମିଶନରଙ୍କୁ ଆକ୍ସନ ଟେକେନ ରିପୋର୍ଟ ମାଗିଛନ୍ତି NHRC। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ସହ ଆଦିତ୍ୟଙ୍କ ମୃତ୍ୟୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜଣାଇବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି।

Advertisment
Aditya Death Case