Advertisment

ରାଜ୍ୟରେ ନକଲି ଔଷଧ କାରବାର, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ କଟକ ଓ ରାଉରକେଲାରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନକଲି ଔଷଧ କାରବାର ଓ ଜବତ ଘଟଣାର ତଦନ୍ତ କରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛଦିନ ତଳେ କଟକରୁ ବହୁ ପରିମାଣର ଫାବିପିରାଭର ବଟିକା ଜବତ ହେବାପରେ ଏହାର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ […]

ଅଦ୍ୟତନ ହୋଇଛି
କଟକ ଲିଙ୍କରେ ରାଉରକେଲାରେ ୩ଟି ମେଡିସିନ୍‌ ଷ୍ଟୋରରେ ଚଢ଼ଉ

fake anti-covid drugs 'Favipiravir

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ କଟକ ଓ ରାଉରକେଲାରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନକଲି ଔଷଧ କାରବାର ଓ ଜବତ ଘଟଣାର ତଦନ୍ତ କରିବ।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ କିଛଦିନ ତଳେ କଟକରୁ ବହୁ ପରିମାଣର ଫାବିପିରାଭର ବଟିକା ଜବତ ହେବାପରେ ଏହାର ଗୁଣାତ୍ମକ ମାନ ଉପରେ ପ୍ରଶ୍ନ ଉଠିଥିଲା। କଟକରୁ ଜବତ ହୋଇଥିବା କରୋନା ରୋଗୀଙ୍କ ପାଇଁ ଉପଯୋଗ ହେଉଥିବା ନକଲି ଫାବିପିରାଭର ବଟିକା ଘଟଣାରେ ରାଉରକେଲାର କେତେକ ମେଡିସିନ୍ ଦୋକାନ ଉପରେ ମଧ୍ୟ ଚଢ଼ାଉ ହୋଇଥିଲା। ରାଜ୍ୟ ଡ୍ରଗ୍ସ ନିୟନ୍ତ୍ରକ ଏହି ଔଷଧ ନକଲି ବୋଲି ପ୍ରମାଣ ମିଳିଥିବା ସୂଚନା ଦେଇଥିଲେ।

ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନେତୃତ୍ୱରେ ଔଷଧ ଦୋକାନ ଓ ଗୋଦାମ ଉପରେ ଚଢ଼ଉ ଅଭିଯାନକୁ ଜୋରଦାର କରାଯାଇଛି। କ୍ରାଇମବ୍ରାଂଚକୁ ତଦନ୍ତ ନିର୍ଦ୍ଦେଶ ଦିଆଯିବାପରେ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କ ସହାୟତାରେ ଏହି ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଜଣାପଡ଼ିଛି। ତେବେ କ୍ରାଇମବ୍ରାଂଚ ତଦନ୍ତ କାହା ନେତୃତ୍ୱରେ ହେବ ଓ କେଉଁ ସବୁ ଦିଗ ତଦନ୍ତ ପରିସର ମଧ୍ୟରେ ରହିବ ସେ ନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି ହୋଇନଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର ନକଲି ଔଷଧ ଆସିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ପକ୍ଷରୁ କଟକରେ ଚଢ଼ଉ ଜୋରଦାର ହୋଇଥିଲା।

Fake Medicine Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe