Advertisment

ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏଙ୍କୁ ହତ୍ୟା ଅଭିଯୋଗ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଏସଡିଜେଏମ୍ କୋର୍ଟରେ ଓଏନସିସି ଦାୟର କରିଛନ୍ତି । ସେ ଏସପିଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀଙ୍କ ନାଁରେ ମାମଲା ଦାୟର କରିଛନ୍ତି।  ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ପରିବାରକୁ ପୁଲିସ୍‌ ଉପେକ୍ଷା କରିଚାଲିଥିବା […]

ଅଦ୍ୟତନ ହୋଇଛି
ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ

malkangiri

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିର ପୂର୍ବତନ ଜିଲ୍ଲାପାଳଙ୍କ ପିଏଙ୍କୁ ହତ୍ୟା ଅଭିଯୋଗ ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ । ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି ।

Advertisment

ଦେବ ନାରାୟଣଙ୍କ ପତ୍ନୀ ବନଜା ପଣ୍ଡା ଏସଡିଜେଏମ୍ କୋର୍ଟରେ ଓଏନସିସି ଦାୟର କରିଛନ୍ତି । ସେ ଏସପିଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀଙ୍କ ନାଁରେ ମାମଲା ଦାୟର କରିଛନ୍ତି।  ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ପରିବାରକୁ ପୁଲିସ୍‌ ଉପେକ୍ଷା କରିଚାଲିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ତଦନ୍ତରେ ବିଳମ୍ବ ସହ  ପୁଲିସ୍‌  ତାଙ୍କୁ ଧମକାଇ କେସ୍ ଉଠାଇନେବାକୁ ବାଧ୍ୟ କରାଯାଉଥିବା ସେ କୋର୍ଟରେ ଅଭିଯୋଗ କରିଛନ୍ତି । ଏଭଳି ୧୩ଟି ଅଭିଯୋଗରେ ଏସ୍‌ଡିଜେଏମ୍ କୋର୍ଟରେ ଏତଲା ଦିଆଯାଇଛି ।

ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁରେ ଜିଲ୍ଲାପାଳଙ୍କ ବିରୋଧରେ କେସ୍ ରୁଜୁ ନହେବାରୁ କିଛି ଦିନ ତଳେ ପତ୍ନୀ କୋର୍ଟରେ ହାଜର ହୋଇ ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ ଜଣଙ୍କ ନାଁରେ ଏତଲା ଦେଇଥିଲେ । ସେତେବେଳେ କୋର୍ଟ ମାଲକାନଗିରି ପୁଲିସ୍‌କୁ  ତୁରନ୍ତ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ୨୦୧୯, ଡିସେମ୍ବର ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ୍‌ରୁ ଉଦ୍ଧାର କରାଯାଇଥିଲା। ତା’ ପୂର୍ବଦିନ ଅଫିସ୍‌ରୁ ଘରକୁ ଫେରୁଥିବା ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରି ସତୀଗୁଡ଼ା ଡ୍ୟାମ୍‌ରୁ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe