ରାଜ୍ୟରେ ଅପରାଧ ୧୫% ବଢ଼ିଛି: ୧.୭୮ ଲକ୍ଷ ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ

୨୦୨୨ ମସିହାରେ ନକ୍ସଲ ଗିତିବିଧିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ବର୍ଷ ନକ୍ସଲଙ୍କ ସହ ସଂଗଠିତ ୧୨ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ ୨୭ଟି ମାଓବାଦୀ ହିଂସା ଘଟଣା ଘଟିଥିଲା ।

Crime

Representative image

Ordigital Desk
  • Published: Monday, 13 March 2023
  • Updated: 13 March 2023, 10:06 PM IST

ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ରେ ରାଜ୍ୟରେ ମୋଟ ଧର୍ତ୍ତବ୍ୟ ଅପରାଧ ୧ ଲକ୍ଷ ୫୫ହଜାର ୪୨୦ଟି ପଞ୍ଜିକୃତ ହୋଇଥିବା ବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ୧୯୦କୁ ବୃଦ୍ଧି ପାଇଛି । ଯାହାକି ୨୦୨୧ ମସିହା ତୁଳନାରେ ୨୨୭୭୦ଟି ଅଧିକ। ଆସନ୍ତା ସପ୍ତାହରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶ୍ୱେତପତ୍ର ଆସିବା ପୂର୍ବରୁ ରାଜ୍ୟ ‘ଅପରାଧ ପରିସଂଖ୍ୟାନର ଏହି ଚିତ୍ର’ ପଦାକୁ ଆସିଛି ।

ଗୃହ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧.୭୮ଲକ୍ଷ ଧର୍ତ୍ତବ୍ୟ ଅପରାଧ ମଧ୍ୟରେ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪୮୯୩ଟି ଚୋରି, ୫୩୫୨ଟି ପ୍ରତାରଣା, ୨୨୪୮ଟି ଦଙ୍ଗା , ୩୧୮୪ଟି ଦୁଷ୍କର୍ମ, ୧୧୬୬୩ଟି ମୋଟରଯାନ ଦୁର୍ଘଟଣା ଓ ୧୩୦୩୮୦ଟି ବିବିଧ ମାମଲା ସାମିଲ ଅଛି । ତେବେ ୨୦୨୧ ମସିହା ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇବା ସହ ମୋଟରଯାନ ଦୁର୍ଘଟଣା, ଚୋରି, ଡକାୟତି, ସିନ୍ଧିଚୋରି, ପ୍ରତାରଣା ଓ ଦଙ୍ଗା ମାମଲା ମଧ୍ୟ ବୃଦ୍ଧି ପାଇଛି । ତେବେ ହତ୍ୟା ଓ ଧର୍ଷଣ ମାମଲା ଅପେକ୍ଷାକୃତ ହ୍ରାସ ପାଇଛି ।

Also Read

୨୦୨୨ ମସିହାରେ ନକ୍ସଲ ଗିତିବିଧିକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ବର୍ଷ ନକ୍ସଲଙ୍କ ସହ ସଂଗଠିତ ୧୨ଟି ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ ୨୭ଟି ମାଓବାଦୀ ହିଂସା ଘଟଣା ଘଟିଥିଲା । ଏସବୁ ଘଟଣାରେ ମୋଟ ୩ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିବାବେଳେ ୮ଜଣ ସାଧାରଣ ବ୍ୟକ୍ତିଙ୍କ ପ୍ରାଣହାନି ହୋଇଥିଲା । ଅନ୍ୟପକ୍ଷରେ ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ୭ଜଣ କ୍ୟାଡ଼ର ମାଓବାଦୀ ନିହତ ହୋଇଥିଲେ । ୧୨ଜଣ ନକ୍ସଲ ଗିରଫ ଓ ୩ଜଣ ଆତ୍ମସମର୍ପଣ କରିଥିଲେ । ନକ୍ସଲ ବିରୋଧୀ କାର୍ଯ୍ୟାନୁଷ୍ଠାନବେଳେ ମୋଟ ୨୯ଟି ବନ୍ଧୁକ, ୮୭ଟି ଉନ୍ନତ ବିସ୍ଫୋରକ ଓ ବହୁ ପରିମାଣର ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା । ‘ଅପରେସନ୍ ଘର ୱାପସି’ ଯୋଗୁ ମାଓବାଦୀ ପ୍ରଭାବିତ ଅଂଚଳରୁ ପ୍ରାୟ ୩ହଜାରରୁ ଅଧିକ ମିଲେସିଆ ଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ୨୦୨୨ ମସିହାରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଛି । ତେବେ ୨୦୨୨ ମସିହାରେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ୩୩ଟି ଓ ହିନ୍ଦୁ-ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ୫ଟି ସାମ୍ପ୍ରଦାୟିକ ବିଦ୍ୱେଷ ଘଟଣା ସଂଘଟିତ ହୋଇଛି । ତେବେ ପୁଲିସ ଓ ପ୍ରଶାସନିକ ତତ୍ପରତା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନି ।

୨୦୨୨ ମସିହାରେ ମାଦକ ଦ୍ରବ୍ୟ ନିରୋଧ ଆଇନରେ ୧୮୯୨ଟି ମାମଲା ପଞ୍ଜିକୃତ କରି ରାଜ୍ୟ ପୁଲିସ ୨୬୦୩ଜଣଙ୍କୁ ଗିରଫ କରିଥିଲା । ଏହାସହିତ ୧୧୭୨ କ୍ୱିଣ୍ଟାଲ ୮୯ କିଲୋ ଗଞ୍ଜେଇ ଓ ୫୦କିଲୋ ୨୩୭ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story