/odisha-reporter/media/post_attachments/uploads/2018/12/eee.jpg)
eee
କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜୟପୁରରେ ପୁଲିସ-ଅପରାଧୀ ଗୁଳି ବିନିମୟ ହୋଇଛି। ସ୍ଥାନୀୟ ପାଓ୍ୱାର ହାଉସ୍ ଛକରୁ ଜୟନଗର ମଧ୍ୟରେ ପାଟ୍ରୋଲିଂ ବେଳେ ଏହି କାଣ୍ଡ ଘଟିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରୁ ଅପରାଧୀ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି।
Advertisment
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ଗଞ୍ଜେଇ ଚାଲଣ ଗାଡ଼ିକୁ ଏସ୍କଟ ଦେବା ନେଇ ଦୁଇଜଣ ଦୁର୍ବୃତ୍ତ ବାଇକରେ ଯାଉଥିଲେ। ତେବେ ରାସ୍ତାରେ ପାଟ୍ରୋଲିଂ ଗାଡ଼ିକୁ ଦେଖି ଦୁର୍ବୃତ୍ତମାନେ ପୁଲିସ୍ ଉପରକୁ ଗୁଳି ଚଲାଇଥିଲେ । ପୁଲିସ୍ ମଧ୍ୟ ଏହାର ଜବାବ ଦେଇଥିଲା। ଦୁର୍ବୃତ୍ତଙ୍କ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲା। ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନ ଥିଲା। ଦୁର୍ବତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ପୁଲିସ୍ ଏକ ଖୋକା ଜବତ କରି ମାମଲା ରୁଜୁ କରିବା ପରେ ଘଟଣାର ତଦନ୍ତ ଜାରି ରଖିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
