Advertisment

ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର। ଅଥଳ ପାଣି ଭିତରେ କୁମ୍ଭୀର ସହ ସଂଘର୍ଷ କରି ବର୍ତ୍ତିଲେ  ନାବାଳକ। ଆଜି ପଟ୍ଟାମୁଣ୍ଡାଇ ବଲୁରିଆ ପଂଚାୟତ ଅରାଜି ଗାଁ କାଣି ନଦୀରେ ଏହି ଅଘଟଣ ଘଟିଛି। ଆହତ ନାବାଳକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଲୁରିଆ ପଂଚାୟତ ଅରାଜି ଗାଁର ଓମ ପ୍ରକାଶ କାଣି। ସାହାସିକତା ଦେଖାଇ ସେ ନିଜେ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚାଇ ପାରିଛନ୍ତି। ଗୁରୁତର ଅବସ୍ଥାରେ ତାକୁ କଟକ […]

ଅଦ୍ୟତନ ହୋଇଛି
ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ

Crocodile-attack

Advertisment

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର। ଅଥଳ ପାଣି ଭିତରେ କୁମ୍ଭୀର ସହ ସଂଘର୍ଷ କରି ବର୍ତ୍ତିଲେ  ନାବାଳକ। ଆଜି ପଟ୍ଟାମୁଣ୍ଡାଇ ବଲୁରିଆ ପଂଚାୟତ ଅରାଜି ଗାଁ କାଣି ନଦୀରେ ଏହି ଅଘଟଣ ଘଟିଛି। ଆହତ ନାବାଳକ ଜଣକ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଲୁରିଆ ପଂଚାୟତ ଅରାଜି ଗାଁର ଓମ ପ୍ରକାଶ କାଣି। ସାହାସିକତା ଦେଖାଇ ସେ ନିଜେ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚାଇ ପାରିଛନ୍ତି। ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ମୁତାବକ, ଦିନ ପ୍ରାୟ ଗୋଟାଏ ବେଳ। ସେ କାଣି ନଦୀକୁ ଗାଧେଇବା ପାଇଁ ଯାଇଥିଲେ। ଗାଧୋଉଥିବା ବେଳେ ପ୍ରାୟ ୧୦ଫୁଟ ଲମ୍ବର ଏକ  କୁମ୍ଭୀର ତାଙ୍କୁ ଟାଣି ନେଇଥିଲା। ନିକଟରେ ଗାଧୋଉ ଥିବା ଲୋକମାନେ ଏହା ଦେଖି ଚିତ୍କାର କରିଥିଲେ। ଏଥିସହ ପାଖରେ ଥିବା ଗାମୁଛା ଫୋପାଡ଼ି ଥିଲେ। ବିପଦରେ ପଡ଼ିଥିଲେ ହେଁ ଓମ ଭୟ ନ କରି ମଣିଷ ଖିଆ କୁମ୍ଭୀରକୁ ଗୋଇଠା ମାରିବା ସହ ପ୍ରାୟ ୧୦ମିନିଟ ଧରି ଲଢେଇ କରିଥିଲେ। ଦୃଢ଼ ମୁକାବିଲା କରି  ପ୍ରତି ଆକ୍ରମଣ କରିବା ଦ୍ୱାରା କୁମ୍ଭୀର ଛାଡ଼ି ଚାଲି ଯାଇଥିଲା। ଫଳରେ କୁମ୍ଭୀର ଠାରୁ ସେ ନିଜ ଜୀବନ ବଞ୍ଚାଇ ପାରିଥିଲେ।

ପରେ ନିକଟରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କୁମ୍ଭୀର କାମୁଡ଼ାରେ ତାଙ୍କର ଦୁଇ ଗୋଡ଼ ଓ ଦୁଇ ହାତରେ ଗଭୀର କ୍ଷତ ହୋଇଛି।

Advertisment

ସୂଚନାଥାଉକି, ଚଳିତ ମାସକ ମଧ୍ୟରେ କୁମ୍ଭୀର ଆକ୍ରମଣରେ ଏହି ଜିଲ୍ଲାର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ପାର୍ଶ୍ୱବର୍ତ୍ତି ରାଜନଗର, ମହାକାଳପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକାର ନଦୀ ଓ ନାଳରେ କୁମ୍ଭୀରମାନଙ୍କ ବଂଶ ବୃଦ୍ଧି ପାଉଛି। ଯାହା ଫଳରେ ନଦୀ, ନାଳ ଗୁଡ଼ିକ ଉପରେ ନିର୍ଭର କରି ଚଳୁଥିବା ଗାଁ ଗୁଡିକରେ କୁମ୍ଭୀର ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଚାଲିଥିବାରୁ ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ଲୋକଙ୍କ ଜୀବନ ସୁରକ୍ଷା ନିମନ୍ତେ କୌଣସି ପଦେକ୍ଷପ ନେଉନି। ଫଳରେ କୁମ୍ଭୀର ମଣିଷ ମଧ୍ୟରେ ଲଢ଼େଇ ହୋଇ ଜୀବନ ହାନି ଘଟି ଚାଲିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe