Advertisment

ନନ୍ଦନକାନନ ଜଳହସ୍ତି ଖୁଆଡ଼ରେ କୁମ୍ଭୀର

କଟକ(ଓଡ଼ିଶା ରିପୋର୍ଟର): ଗତକାଲି ନନ୍ଦନକାନନ ସିଂହୀ ଖୁଆଡ଼ରେ ପହଞ୍ଚିଲା ବିଷାକ୍ତ ଚିତି ସାପ। ଏହି ଚିତି ସାତ ଦଂଶନରେ ସିଂହର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ଆଜି ଏହି ଦାୟିତ୍ୱହୀନତାର ପୁନରାବୃତ୍ତି ହୋଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ଜଳହସ୍ତୀ ରହୁଥିବା ୬୩ନଂ ଖୁଆଡ଼ରେ ଏକ ୩ ଫୁଟିଆ ମଗର କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିଲେ। ଦୀର୍ଘ ସମୟ ପାଇଁ କୁମ୍ଭୀର ପାଣିରେ ବୁଲିଥିଲା। କିଛି ପର୍ଯ୍ୟଟକ […]

ଅଦ୍ୟତନ ହୋଇଛି
ନନ୍ଦନକାନନ ଜଳହସ୍ତି ଖୁଆଡ଼ରେ କୁମ୍ଭୀର

Jalahasti

Advertisment

କଟକ(ଓଡ଼ିଶା ରିପୋର୍ଟର): ଗତକାଲି ନନ୍ଦନକାନନ ସିଂହୀ ଖୁଆଡ଼ରେ ପହଞ୍ଚିଲା ବିଷାକ୍ତ ଚିତି ସାପ। ଏହି ଚିତି ସାତ ଦଂଶନରେ ସିଂହର ମୃତ୍ୟୁ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ କହିଥିଲେ। ଆଜି ଏହି ଦାୟିତ୍ୱହୀନତାର ପୁନରାବୃତ୍ତି ହୋଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନର ଜଳହସ୍ତୀ ରହୁଥିବା ୬୩ନଂ ଖୁଆଡ଼ରେ ଏକ ୩ ଫୁଟିଆ ମଗର କୁମ୍ଭୀର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ଜଳହସ୍ତୀମାନେ ପାଣି ଭିତରୁ ବାହାରକୁ ବାହାରି ଆସିଥିଲେ। ଦୀର୍ଘ ସମୟ ପାଇଁ କୁମ୍ଭୀର ପାଣିରେ ବୁଲିଥିଲା। କିଛି ପର୍ଯ୍ୟଟକ ଏହା  ଦେଖି ହୋହାଲ୍ଲା କରିଥିଲେ।

Advertisment

ସୂଚନା ପାଇ ନନ୍ଦନକାନନ କର୍ତ୍ତୃପକ୍ଷ କୁମ୍ଭୀରକୁ ବାହାରକୁ ଆଣିବାକୁ ପହଞ୍ଚିଥିଲେ। ଏହି ଘଟଣା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।

ଅନ୍ୟପଟେ ଚିତି ସାପ ଦଂଶନରେ ସିଂହର ମୃତ୍ୟୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଣିଛି ସ୍ୱେଚ୍ଛାସେବୀ ସଂଗଠନ ଆନିମଲ ୱଲଫେୟାର ଟ୍ରଷ୍ଟ। ନନ୍ଦନକାନନରେ ସିଂହୀର ମୃତ୍ୟୁ ପଛରେ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛି ସଂଗଠନ। ଆବଶ୍ୟକତା ଅନୁଯାୟୀ ଆଣ୍ଟି ଭେନମ ନ ଥିବାରୁ କର୍ତ୍ତୃପକ୍ଷ ଜାଣିଶୁଣି ଚୁପ ବସିଥିଲେ। ତେଣୁ ବନବିଭାଗ କିମ୍ବା ନନ୍ଦନକାନନ କର୍ତ୍ତୃପକ୍ଷ ନୁହେଁ, ବରଂ ପୁଲିସ ଏହାର ନିରପେକ୍ଷ ତଦନ୍ତ କରିବା ଜରୁରୀ। ନନ୍ଦନକାନନର ଆର୍ଥିକ ସହାୟତାରେ ଓୟୁଏଟି ଦ୍ଵାରା ନୁହେଁ ବରଂ ଏମସର ଏକ୍ସପର୍ଟସଙ୍କ ଦ୍ଵାରା ବ୍ୟବଚ୍ଛେଦ ହେଉ ବୋଲି ଏତଲାରେ ଦାବି କରାଯାଇଛି।

Advertisment
Nandankanan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe