/odisha-reporter/media/post_attachments/uploads/2020/08/kkk333.jpg)
kkk333
ବୌଦ୍ଧ (ଓଡ଼ିଶା ରିପୋର୍ଟର): ବୌଦ୍ଧ ଜିଲ୍ଲା କରତି ଗାଁ ନିକଟ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି। ୨ ଦିନ ହେଲା ନଦୀରେ କୁମ୍ଭୀର ଥିବା ଦେଖିବା ପରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।
Advertisment
କୁମ୍ଭୀରଟି ସ୍ଥାନୀୟ ମହାଦେବ ଘାଟ ଓ ଆଖପାଖ ଘାଟ ନିକଟରେ ଦେଖିବାକୁ ମିଳିଛି। ବନ୍ୟା ଜଳରେ ଟିକରପଡା ସାତକୋଶିଆ ଗଣ୍ଡରୁ କୁମ୍ଭୀର ଚାଲିଆସିଥିବା ଅନୁମାନ କରାଯାଉଛି।
ବନବିଭାଗ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଉପରେ ନଜର ରଖିଛି। ଏହା ଘଡିଆଲ ପ୍ରଜାତିର କୁମ୍ଭୀର, ମଣିଷକୁ ଆକ୍ରମଣ କରି ନଥାଏ ବୋଲି କହିଛନ୍ତି ବୌଦ୍ଧ ବନଖଣ୍ଡ ରେଞ୍ଜର ଆଶିଷ କହଁର କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
