Advertisment

ବିଜେଡି ବିଧାୟକଙ୍କ ଝିଅଙ୍କୁ ବାହା ହୋଇଥାନ୍ତେ ଅଭୟଙ୍କ କୋଟିପତି ପୁଅ, ତା' ପୂର୍ବରୁ ଖେଳ ଖତମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତ ଧରିଥାନ୍ତେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। କିନ୍ତୁ ତା’ ପୂର୍ବରୁ ଖେଳ ଖତମ୍। ତିନିଦିନର ଘନଘନ ରେଡ୍ ପରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ୍ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବାପାର ଦୁର୍ନୀତି ଅର୍ଥର ଦୂରୁପଯୋଗ ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ଏହି ଗିରଫଦାରୀ […]

ଅଦ୍ୟତନ ହୋଇଛି
ବିଜେଡି ବିଧାୟକଙ୍କ ଝିଅଙ୍କୁ ବାହା ହୋଇଥାନ୍ତେ ଅଭୟଙ୍କ କୋଟିପତି ପୁଅ, ତା' ପୂର୍ବରୁ ଖେଳ ଖତମ୍

ifs

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ଡିସେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତ ଧରିଥାନ୍ତେ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ। କିନ୍ତୁ ତା' ପୂର୍ବରୁ ଖେଳ ଖତମ୍। ତିନିଦିନର ଘନଘନ ରେଡ୍ ପରେ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ୍ ବାପା ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବାପାର ଦୁର୍ନୀତି ଅର୍ଥର ଦୂରୁପଯୋଗ ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛି। ଏହି ଗିରଫଦାରୀ ପରେ ଭିଜିଲାନ୍ସ ବାପପୁଅଙ୍କ ବେଆଇନ୍ ସଂପତ୍ତିର ଯେଉଁ ହିସାବ ଦେଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ହେଲେ ଏସବୁ ଭିତରେ ଆକାଶ ତାଙ୍କୁ ଆକ୍ରୋଶ ରଖି ଫସାଯାଇଥିବା ଅଭିଯୋଗ ଆଣିଥିବାରୁ ତାକୁ ନେଇ ଚର୍ଚ୍ଚା ବଢିଛି। ଗିରଫ ପରେ ଉଭୟ ବାପାପୁଅଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।

Advertisment

ଡିସେମ୍ବରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅର ହାତ ଧରିଥାନ୍ତେ ଆକାଶ। ବାହାଘର ପାଇଁ ଆୟୋଜନ ହୋଇଥିଲା ବିରାଟ ଉତ୍ସବ। ଆରମ୍ଭ ହୋଇ ଯାଇଥିଲା ବାହାଘର ପୂର୍ବ ଭୋଜିଭାତ ପର୍ବ। ହେଲେ ଏ ଭିତରେ ଆକାଶଙ୍କ ଷଡ଼ଯନ୍ତ୍ର ଓ ଆକ୍ରୋଶ ଥିଓରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କିଏ କାହିଁକି ରଚିପାରେ ଷଡ଼ଯନ୍ତ୍ର ? ତୃତୀୟ ମହଲା କ୍ଷମତା କେନ୍ଦ୍ର ସହ ପ୍ରଦୀପ ପାଣିଗ୍ରାହୀଙ୍କ କଳିର ଇଏ ପରିଣାମ କି ? ଭାବି ଶ୍ୱଶୁରଙ୍କ ପାଇଁ ଭିଜିଲାନ୍ସ ଜାଲରେ ପଡିଲେନି ତ ବାପା-ପୁଅ?

publive-image

ନିଜକୁ ଟାଟା ଆଡମିନିଷ୍ଟ୍ରେଟିଭ୍ ସର୍ଭିସର ବରିଷ୍ଠ ଅଧିକାରୀର ପରିଚୟ ଦେଉଥିବା ଆକାଶଙ୍କ ବିରୋଧରେ ଟାଟା ମୋଟର୍ସ ଗତ ମେ ମାସରୁ କ୍ରାଇମ୍‌ବ୍ରାଞ୍ଚ ସାଇବର ସେଲରେ ଠକେଇ, ଜାଲିଆତି କରି ଅର୍ଥ ହଡ଼ପର ଅଭିଯୋଗ ଆଣିଥିଲା। ହେଲେ ଏହି ଅଭିଯୋଗକୁ ୬ ମାସ ବିତିଯାଇଥିଲେ ହେଁ କ୍ରାଇମବ୍ରାଞ୍ଚ କାହିଁକି ଏହାର ତଦନ୍ତ କରୁନଥିଲା? ତା ପୂର୍ବରୁ ମେ ମାସରେ ଆକାଶ ପାଠକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟାଟା ଅଫିସର ପରିଚୟରେ କୋଭିଡ୍ ଲାଗି ୫ ଲକ୍ଷ ଟଙ୍କା ଦାନ କଲା ବେଳେ କେହି ଜାଣିପାରିଲେନି କେମିତି? ଅପରପକ୍ଷେ ବାପପୁଅଙ୍କ ଗିରଫଦାରୀ ପରେ ଭିଜିଲାନ୍ସ କହିଛି ଯେ ଚଢ଼ାଉରୁ ଏପର୍ଯ୍ୟନ୍ତ ୯ କୋଟି ୩୫ ଲକ୍ଷ ଟଙ୍କାର ଆୟବହର୍ଭୂତ ସଂପତ୍ତି ଠାବ ହୋଇଛି। ଅଭୟକାନ୍ତ ଏତେ ଆୟବର୍ହିଭୂତ ସଂପତ୍ତି ଠୁଳ କରୁଥିବା ବେଳେ ସରକାର କରୁଥିଲେ କଣ ?

Advertisment

ସମ୍ପତ୍ତି ଏତେ ଯେ, ଆକଳନ ସରୁନି। ଜଙ୍ଗଲ ବିଭାଗର ଏହି କରିତକର୍ମା ବାବୁଙ୍କ ଯେଉଁ ଘରେ ଭିଜିଲାନ୍ସ ପଶୁଛି, ଲକ୍ଷ ଲକ୍ଷ ଟଙ୍କା ଓ ପୁଳା ପୁଳା ସୁନା ଦେଖି ତାଜୁବ ହୋଇଯାଉଛି। କୁଆଡୁ ଆସିଲା ଏତେ ସମ୍ପତ୍ତି ? କେମିତି ହେଲେ କୋଟିପତି ? ଆଇଏଫଏସ ବାବୁ ପୂର୍ବରୁ ବଲାଙ୍ଗିର କେନ୍ଦୁଲିଫ୍ କଞ୍ଜରଭେଟର ଅଫ୍ ଫରେଷ୍ଚ ଥିଲେ। ଏଇ ୨ ବର୍ଷ ହେଲା ଆଡିସନାଲ ପିସିସିଏଫ ଦାୟିତ୍ୱ ସମ୍ଭାଳିଛନ୍ତି। ଆଉ, ୨ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏବେ ମାସକୁ ଦରମା ପାଖାପାଖି ୨ ଲକ୍ଷ। ହେଲେ ଲାଇଫଷ୍ଟାଇଲ ଟାଟା, ଅମ୍ବାନୀଠାରୁ କମ୍ ନୁହେଁ। ମର୍ସିଡିଜ୍, ବିଏମଡବ୍ଲୁ ଭଳି ଦାମୀ ଗାଡ଼ି ଚଢିବା, ଫାଇଭ ଷ୍ଚାର ହୋଟେଲରେ ରହିବା ଏବଂ ଚାର୍ଟାର୍ଡ ଫ୍ଲାଇଟରେ ଉଡ଼ିବା। ଆଇଏଫଏସ ଅଭୟକାନ୍ତ ପାଠକଙ୍କ କଳାଧନର ଭାନୁମତି ପେଡ଼ି ଖୋଲୁଛି ଭିଜିଲାନ୍ସ ଟିମ୍।

ଏହାରି ଭିତରେ ଆକାଶ କହୁଛନ୍ତି, ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଛି। ଆକ୍ରୋଶ ରଖି ସବୁ କରାଯାଇଛି। ହେଲେ କିଏ କରୁଛି ଷଡଯନ୍ତ୍ର? କାହିଁକି ଆକାଶଙ୍କ ବିରୋଧରେ ଆକ୍ରୋଶ? ଭାବି ଶ୍ୱଶୁରଙ୍କ ପାଇଁ ଭିଜିଲାନ୍ସ ଜାଲରେ ପଡିଗଲେ କି ବାପା-ପୁଅ? ସେପଟେ ଆଇଏଫଏସ ବାବୁଙ୍କ ଅମାପ ସମ୍ପତ୍ତି ନେଇ ବି ପ୍ରଶ୍ନ ଉଠିଛି। ଏତେ ଟଙ୍କା ଆସିଲା କୁଆଡୁ? ବିଭାଗରେ ଥାଇ ଅର୍ଥ ହଡପ କରିଛନ୍ତି କି ଅଭୟକାନ୍ତ? ଏସବୁ ଉପରେ ଏବେ ଭିଜିଲାନ୍ସ ଆଖି ପକାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe