Advertisment

ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ, ୨ ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କଲେ ଡିଜିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୌଦ୍ଧ-କନ୍ଧମାଳ ସୀମାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଣାଯାଇ ଏମ୍‌ସରେ ଭର୍ତ୍ତି କରାଯାଇଛି। ଜଣଙ୍କର ହାତରେ ଓ ଅନ୍ୟ ଜଣଙ୍କର ଛାତିରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ଗୁଇନ୍ଦା ସୂଚନା ଆଧାରରେ ଗତକାଲି ରାତିରୁ […]

ଅଦ୍ୟତନ ହୋଇଛି
ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ, ୨ ଗୁରୁତର ଯବାନଙ୍କୁ ଏୟାରଲିଫ୍ଟ କଲେ ଡିଜିପି

Helicopter

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୌଦ୍ଧ-କନ୍ଧମାଳ ସୀମାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ଉଭୟ ପକ୍ଷ ମଧ୍ୟରେ ୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ୨ ଜଣ ଏସ୍‌ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଅଣାଯାଇ ଏମ୍‌ସରେ ଭର୍ତ୍ତି କରାଯାଇଛି। ଜଣଙ୍କର ହାତରେ ଓ ଅନ୍ୟ ଜଣଙ୍କର ଛାତିରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି।

Advertisment

ଗୁଇନ୍ଦା ସୂଚନା ଆଧାରରେ ଗତକାଲି ରାତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଞ୍ଚଳର ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ନକ୍ସଲମାନେ ଯବାନଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ଯବାନମାନେ ମଧ୍ୟ ପାଲଟା ଯବାବ ଦେଇଥିଲେ।

ଗୁଳି ବିନିମୟ ବେଳେ ୨ ଜଣ ଏସ୍‌ଓଜି ଯବାନ ଆହତ ହୋଇଥିଲେ। ଏହି ଖବର ପାଇବା ପରେ ସିଆର୍‌ପିଏଫ୍ ଯବାନମାନେ ଘଟଣାସ୍ଥଳକୁ ଯାଇଥିଲେ ଓ ଆହତ ଯବାନ ଦ୍ୱୟଙ୍କୁ ଉଦ୍ଧାର କରି ବୌଦ୍ଧ ଜିଲ୍ଲାର ପାଦେଲପଡ଼ାକୁ ଆଣିଥିଲେ। ଏହି ସମୟରେ କୋରାପୁଟ-ମାଲକାନଗିରି ଗସ୍ତରେ ଥିଲେ ଡିଜିପି ଅଭୟ। ସେ ହେଲିକପ୍ଟରରେ କୋରାପୁଟରେ ପହଞ୍ଚିଥିବା ବେଳେ ଦୁଇ ଯବାନଙ୍କ ଆହତ ହେବା ଖବର ପାଇ ପାଦେଲପଡ଼ାରେ ପହଞ୍ଚିଥିଲେ। ସେଠାରୁ ୨ ଆହତ ଯବାନଙ୍କୁ ହେଲିକପ୍ଟରରେ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଅଣାଯାଇଥିଲା।

Advertisment

ଦୁଇ ଆହତ ଯବାନଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ୱରରେ ପହଞ୍ଚାଇପାରିଥିବା ଯୋଗୁ ଡିଜିପି ଅଭୟ ବିଏସ୍‌ଏଫ୍‌ର ଉକ୍ତ ହେଲିକପ୍ଟରର ପାଇଲଟଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେଇଛନ୍ତି। ପାଦେଲପଡ଼ା ଭଳି ଛୋଟ ସ୍ଥାନରେ ଏକ ହାଇସ୍କୁଲ୍‌ ପଡ଼ିଆରେ ପାଇଲଟ ହେଲିକପ୍ଟରକୁ ଲ୍ୟାଣ୍ଡ କରାଇଥିଲେ ବୋଲି ଡିଜିପି କହିଛନ୍ତି। ଏହା ସହିତ ଘଟଣାସ୍ଥଳରୁ ଏହି ୨ ଯବାନଙ୍କୁ ଉଦ୍ଧା କରିଥିବା ସିଆର୍‌ପିଏଫ୍‌ ଯବାନ ଓ ସେମାନଙ୍କସହିତ ପାଦେଲପଡ଼ାରୁ ଭୁବନେଶ୍ୱର ଆସିଥିବା କଣ୍ଟାମାଳ ଡାକ୍ତରଙ୍କୁ ବି ଡିଜିପି ଧନ୍ୟବାଦ ଦେଇଛନ୍ତି।

ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା ଥାନା ଅଞ୍ଚଳରେ ଅପରେସନ୍‌କୁ ଅଧିକ ଜୋରଦାର କରାଯାଇଛି। ଏହି ଗୁଳିବିନିମୟ ବେଳେ କିଛି ନକ୍ସଲ ମଧ୍ୟ ଆହତ ହୋଇଥିବା ନେଇ ସୂଚନା ମିଳିଥିବା ଡିଜିପି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe