Advertisment

Suicide : ନିଜକୁ ଗୁଳି କରିଦେଲେ ସିଆରପିଏଫ ଯବାନ

GUN
Advertisment

ନିଜକୁ ଗୁଳି କରି ଦେଲେ ସିଆରପିଏଫ ଯବାନ। ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଥାନା ଅଧୀନ ମାଟକଝରଣରେ ସୋମବାର ଘଟିଛି ଏହି ଘଟଣା। ମୃତ ଯବାନଙ୍କ ନାଁ ସୁବାସ ପ୍ରସାଦ। ସେ ସିଆରପିଏଫରେ ହାବିଲଦାର ରାଙ୍କରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଉତ୍ତର ପ୍ରଦେଶରେ।

Advertisment

ସୁବାସ ଆଜି ସିଆରପିଏଫ ଶିବିରରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରିଥିଲେ। ସେ କାହିଁକି ଏମିତି ପଦକ୍ଷେପ ନେଲେ ତାହା ଜଣାପଡ଼ିନାହିଁ।

ଗତ ସପ୍ତାହରେ ନୟାଗଡ଼ ଜିଲ୍ଲାରେ ଓଡ଼ିଶା ପୁଲିସର ଜଣେ କନଷ୍ଟେବଳ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସେ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ତାଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ। ଏହି ପାରିବାରିକ ବିବାଦ ମଧ୍ୟରେ ଚିନ୍ତାଗ୍ରସ୍ତ ଥିବା କନଷ୍ଟେବଳ ଜଣକ ଚର୍ମ ନିଷ୍ପତ୍ତି ନେଇଥିଲେ ଓ ପୁଲିସ ବାରାକର ଛାତ ଉପରେ ନିଜକୁ ଗୁଳି କରିଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe