ସତର୍କ କରାଇଲେ ମୁଖ୍ୟ ସଚିବ: ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରୁହ, ନଚେତ୍ ଚାକିରି ଯିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥିମାନେ ନିଜର ପ୍ରଚାର କାର୍ଯ୍ୟ ଜୋରଦାର କରୁଥିବା ବେଳେ ସରକାରୀ ଓ ସ୍ୱାୟତ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିର୍ବାଚନରେ ନିରପେକ୍ଷ ରହିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନଚେତ୍ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ର ପ୍ରାବଧାନ ଅନୁସାରେ ଚାକିରି ହରାଇବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି। ମୁଖ୍ୟ ସଚିବ ସୁରେଶ ମହାପାତ୍ର ରାଜ୍ୟ ପୁଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି […]

Suresh Mohapatra

Suresh Mohapatra

Ordigital Desk
  • Published: Thursday, 27 January 2022
  • Updated: 28 January 2022, 06:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତିକ ଦଳ ଓ ପ୍ରାର୍ଥିମାନେ ନିଜର ପ୍ରଚାର କାର୍ଯ୍ୟ ଜୋରଦାର କରୁଥିବା ବେଳେ ସରକାରୀ ଓ ସ୍ୱାୟତ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିର୍ବାଚନରେ ନିରପେକ୍ଷ ରହିବାକୁ ମୁଖ୍ୟ ସଚିବ ପରାମର୍ଶ ଦେଇଛନ୍ତି । ନଚେତ୍ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ର ପ୍ରାବଧାନ ଅନୁସାରେ ଚାକିରି ହରାଇବାକୁ ପଡ଼ିବ ବୋଲି ସତର୍କ କରାଇଛନ୍ତି।

ମୁଖ୍ୟ ସଚିବ ସୁରେଶ ମହାପାତ୍ର ରାଜ୍ୟ ପୁଲିସ ଡିଜି, ସମସ୍ତ ବିଭାଗର ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରାଜ୍ୟରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ବିଭିନ୍ନ ଉଦ୍ୟୋଗ, ନିଗମ, ସ୍ୱାୟତ୍ତ ସଂସ୍ଥା, ସମବାୟ ସଂସ୍ଥାର କର୍ମଚାରୀମାନେ ଯେଭଳି ପଞ୍ଚାୟତ ନିର୍ବାଚନରେ ନିରପେକ୍ଷ ରହିବେ ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି । ଏହାସହିିତ ଏଭଳି ଅଭିଯୋଗ ଆସିଲେ ପୁଲିସ ତୁରନ୍ତ ଆଇପିସିର ୧୫୩ଏ, ୧୫୩ବି, ୧୭୧ବି, ୧୭୧ସି, ୧୭୧ଜି,୧୭୧ଏଚ ଓ ୫୦୫ ଧାରା ଅନ୍ତର୍ଗତ ମାମଲା ରୁଜୁ କରି ତୁରନ୍ତ ନିରପେକ୍ଷ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବାକୁ କହିଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ଆଚରଣ ବିଧି ସମସ୍ତ ସରକାରୀ, ବିଭିନ୍ନ ଉଦ୍ୟୋଗ ଓ ନିଗମ, ସମବାୟ ସଂସ୍ଥା, ସ୍ୱାୟତ୍ତ ସଂସ୍ଥା ଓ ପଂଚାୟତିରାଜ ସଂସ୍ଥାର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଛନ୍ତି ।

ସେ କହିଛନ୍ତି ଯେ, ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ-୧୯୬୪ର ଧାରା ୨୮ ର ପ୍ରାବଧାନ ଅନୁସାରେ କୌଣସି ସରକାରୀ କର୍ମଚାରୀ ଅବା ସ୍ୱାୟତ୍ତ ସଂସ୍ଥାରେ କାର୍ଯ୍ୟରତ ବ୍ୟକ୍ତି ନିର୍ବାଚନକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିପାରିବେ ନାହିଁ । ଯଦି ସେ କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ଏଭଳି କରନ୍ତି ଅବା ଭୋଟକୁ ପ୍ରଭାବିତ କରନ୍ତି ତା’ହେଲେ ତାଙ୍କୁ ନିଜର ଚାକିରି ହରାଇବାକୁ ପଡ଼ିବ ।

ଏହାସହିତ ଶ୍ରୀ ମହାପାତ୍ର ସମସ୍ତ ସରକାରୀ ଗାଡ଼ି, ପ୍ରଶାସନିକ କଳ ଓ କର୍ମଚାରୀ ଯେଭଳି କୌଣସି ପ୍ରାର୍ôଥ ଅବା ଦଳକୁ ସୁହାଇବା ପାଇଁ କାର୍ଯ୍ୟରେ ଉପଯୋଗ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ନିର୍ବାଚନ ସରିବା ପର୍ଯ୍ୟନ୍ତ ସରକାରଙ୍କ ସଫଳତା କହୁଥିବା କୌଣସି ବିଜ୍ଞାପନ ଯେଭଳି ସରକାରୀ ପାଣ୍ଠିରୁ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସ୍ପଷ୍ଟ କରିଛନ୍ତି । ପଂଚାୟତ ନିର୍ବାଚନରେ ସମ୍ପୂର୍ଣ୍ଣ ନିରପେକ୍ଷ ହେଶଇ କାର୍ଯ୍ୟ କରିବାକୁ ସେ ସବୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story