Advertisment

ମହାବାତ୍ୟାର ରୂପ ନେଲା ‘ଅମ୍ଫାନ’; କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗର ମଧ୍ୟରେ ଆଜି ଦିନ ସାଢ଼େ ୧୧ ଟାରେ ’ଅମ୍ଫାନ’ ସୁପର୍‌ ସାଇକ୍ଲୋନ୍‌ ବା ମହାବାତ୍ୟାରେ ପରିଣତ ହୋଇସାରିଛି। ଏହା ଫଳରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୨୬୫ କିଲୋ ମିଟର ଯାଏ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଯଦିଓ ’ଅମ୍ଫାନ’ ମହାବାତ୍ୟାରେ ପରିଣତ ହୋଇଛି, କିନ୍ତୁ ଆସନ୍ତାକାଲି ସ୍ଥଳ ଭାଗକୁ ଗତି କରିବା ବେଳେ ବଙ୍ଗୋପ ସାଗରର ଉତ୍ତର ଭାଗରେ ପହଞ୍ଚିବା ସମୟରେ ପବନର […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ମହାବାତ୍ୟାର ରୂପ ନେଲା ‘ଅମ୍ଫାନ’; କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ

AMPHAN-4--1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗର ମଧ୍ୟରେ ଆଜି ଦିନ ସାଢ଼େ ୧୧ ଟାରେ ’ଅମ୍ଫାନ’ ସୁପର୍‌ ସାଇକ୍ଲୋନ୍‌ ବା ମହାବାତ୍ୟାରେ ପରିଣତ ହୋଇସାରିଛି। ଏହା ଫଳରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୨୬୫ କିଲୋ ମିଟର ଯାଏ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଯଦିଓ ’ଅମ୍ଫାନ’ ମହାବାତ୍ୟାରେ ପରିଣତ ହୋଇଛି, କିନ୍ତୁ ଆସନ୍ତାକାଲି ସ୍ଥଳ ଭାଗକୁ ଗତି କରିବା ବେଳେ ବଙ୍ଗୋପ ସାଗରର ଉତ୍ତର ଭାଗରେ ପହଞ୍ଚିବା ସମୟରେ ପବନର ବେଗ କମିଯିବ।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍. ଆର୍ ବିଶ୍ୱାସ କହିଛନ୍ତି, ମହାବାତ୍ୟା ସମୁଦ୍ରରେ ରହି ଉପକୂଳ ଛୁଇଁଲା ବେଳକୁ ପ୍ରଭାବ କମିବ। ଉପକୂଳ ଛୁଇଁଲା ବେଳକୁ ମହାବାତ୍ୟା ଭୀଷଣ ବାତ୍ୟାରେ ପରିଣତ ହେବ। ଏହା ପ୍ରଭାବରେ ଆଜି ସଂଧ୍ୟାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ୧୯ ତାରିଖ ଦିନ ତମାମ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ୨୦ ତାରିଖ ଦିନ ୫ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ସେଗୁଡ଼ିକ ହେଉଛି, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ।

ସେ ଆହୁରି କହିଛନ୍ତି, ଅମ୍ଫାନ୍ ସ୍ଥଳଭାଗ ଛୁଇଁଲା ବେଳକୁ ପବନ ବେଗ ୧୫୫ରୁ ୧୮୫ କିମି ରହିବ। ଉପକୂଳ ଅଞ୍ଚଳରେ ବହୁ ମାତ୍ରାରେ କଚ୍ଚା ଘର ଭାଙ୍ଗିବ, ଗଛ ଉପୁଡ଼ିବ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବ। ରେଳ ଲାଇନ ବି ପ୍ରଭାବିତ ହୋଇପାରେ। ବୁଲବୁଲ ବାତ୍ୟା ଠାରୁ ଏହାର ପ୍ରଭାବ ଅଧିକ ରହିବ।

Advertisment

୨୦ ତାରିଖରେ ’ଅମ୍ଫାନ’ ପଶ୍ଚିମ ବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ ହେବ, ତାହା ସ୍ପଷ୍ଟ ହୋଇନି।

‘ଅମ୍ଫାନ’ ପ୍ରଭାବରେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇଛନ୍ତି।

ଶ୍ରୀ ଜେନା କହିଛନ୍ତି, ଏହା ପ୍ରଭାବରେ ଆଜି ସନ୍ଧ୍ୟା ପରେ ଗଜପତି, ଗଞ୍ଜାମ, ପୁରୀ,ଜଗତସିଂହପୁର, କେନ୍ଦ୍ରପଡ଼ା ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏପରିକି କୋରାପୁଟ ଓ ରାୟଗଡ଼ାରେ ମଧ୍ୟ କାଭାଁ ବର୍ଷା ହୋଇପାରେ। ୧୯ ତାରିଖ ସକାଳ ୮ଟାରୁ ୨୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରପଡ଼ା ଓ ମୟୂରଭଞ୍ଜର କିଛି ଅଂଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। କଟକ, ଖୋର୍ଦ୍ଧା ଓ ପୁରୀରେ ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଏସ୍ଆର୍‌ସି କହିଛନ୍ତି, ତଳି ଅଞ୍ଚଳ ଲୋକଙ୍କୁ ଆଜିଠୁ ସ୍ଥାନାନ୍ତର କରାଯିବ। କାଲି ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ହେବ। ପବନ ବହୁଥିବା ବେଳେ ଘରୁ ବାହାରିବା ନାହିଁ କି ଗାଡ଼ି ଚଳାଇବାନି। ସାଇକେଲ, ୨ ଚକିଆ ଓ ୪ ଚକିଆ ଗାଡ଼ି ଆଦୌ ବାହାର କରନ୍ତୁନି ବୋଲି ସେ କହିଛନ୍ତି।