/odisha-reporter/media/post_attachments/uploads/2020/04/nilagiri-89000.jpg)
nilagiri
ନୀଳଗିରି(ବିଶ୍ୱମ୍ୱର ଦାସ): ଗତକାଲି ଦୁଷ୍କର୍ମ ଅଭିଯୋଗରେ ଅଟକ ଥିବା ଜଣେ ଅଭିଯୁକ୍ତ କିଛି ଘଣ୍ଟା ମଧ୍ୟରେ ଥାନାରୁ ଚମ୍ପଟ ମାରିଛିl ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ବରହମପୁର ଥାନାରେ ଏପରି ଘଟଣା ଘଟିଛି l ଅଭିଯୁକ୍ତଜଣକ ହେଲେ ସନିଆ ସିଂ। ତାଙ୍କ ଘର ବାରାଖେଦା ଗାଁରେ।
ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଜଣେ ନାବାଳିକା ବାରାଖେଦା ଗାଁରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ। ହେଲେ ଅଭିଯୁକ୍ତ ସନିଆ ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଗତକାଲି ସନିଆ ଓ ତାର ସହଯୋଗୀ ସାହୁ ସିଂକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ।
ଗତକାଲି ରାତିରେ ପୁଲିସ ସାହୁ ସିଂକୁ ନେଇ ଉକ୍ତ ଗାଁକୁ ଯାଇଥିଲା। ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ସନିଆ ସିଂ ଥାନାରୁ ଚମ୍ପଟ ମାରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
