Advertisment

ଆବୁଧାବିରେ ଓଡ଼ିଆ ସଂସ୍କୃତିର ମହକ: ରଙ୍ଗବତୀ ଗୀତରେ ଝୁମିଲେ ସମସ୍ତେ

ଭୁବନେଶ୍ୱର: ଓଡ଼ିଶା ବାହାରେ ଥିବା ଓଡ଼ିଆମାନେ, ଓଡ଼ିଆ ସଂସ୍କୃତିକୁ ବାସ୍ତବରେ ବଂଚେଇ ରଖିଛନ୍ତି। ସେମାନେ ଯେମିତି ଗୁରୁତ୍ୱର ସହ ଆମ ପୂଜାପର୍ବକୁ ପାଳନ୍ତି ତାହା ଜାଣିଲେ ଆପଣଙ୍କୁ ଖୁସି ଲାଗିବ। ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)ର ରାଜଧାନୀ ଆବୁଧାବିରେ ଥିବା ଓଡ଼ିଆମାନେ।

ୟୁଏଇରେ ପାଖାପାଖି ୫୦୦ ଓଡ଼ିଆ ପରିବାର ରହୁଥିବା ବେଳେ କେବଳ ଆବୁଧାବିରେ ରହନ୍ତି। ୧୫୦ରୁ ୨୦୦ ଓଡ଼ିଆ ପରିବାର। ବିଭିନ୍ନ କର୍ମ ସଂସ୍ଥାନ ପାଇଁ ଏହି ଓଡ଼ିଆ ଭାଇ ଭଉଣୀମାନେ ନିଜ ଜନ୍ମଭୂମିଠାରୁ ଦୂରରେ ରହିଥିଲେ ବି ଆମ ସଂସ୍କୃତି ଓ ସଂସ୍କାରକୁ କେବେ ଭୁଲି ନାହାଁନ୍ତି। ସେମାନେ ସେଠି ଏକାଠି ହୋଇ ଗଠନ କରିଛନ୍ତି ଓଡ଼ିଆ ସମାଜ। ଯେଉଁଥିରେ ସବୁ ଓଡ଼ିଆ ଭାଇ ଭଉଣୀ ଏକାଠି ହୋଇ ବର୍ଷର ବିଭିନ୍ନ ସମୟରେ ପଡୁଥିବା ପୂଜା ପର୍ବକୁ ଜାକଜମକରେ ପାଳନ କରିଥାନ୍ତି।

ନିକଟରେ ଏଠାରେ ଦୁଇଟି ଉତ୍ସବକୁ ଆଡ଼ମ୍ୱର ସହକାରେ ପାଳନ କରିଛନ୍ତି। ପ୍ରଥମେ ତ ସେମାନେ ସ୍ୱାଧୀନତା ଦିବସକୁ ପାଳନ କରିଥିଲେ। ଇଣ୍ଡିଆନ୍ ଏମ୍ୱାସୀ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଓଡ଼ିଆଙ୍କ ସମେତ ଭାରତର ଅନ୍ୟ ରାଜ୍ୟରୁ ଆସି ବସବାସ କରୁଥିବା ଭାଇଭଉଣୀମାନେ ସେମାନଙ୍କର କଳାକୌଶଳ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ସେଠାରେ ଆମ ଓଡ଼ିଆ ଭାଇଭଉଣୀମାନେ ହିନ୍ଦିରେ ରଙ୍ଗବତୀ ଗୀତକୁ ପରିବେଷଣ କରିଥିଲେ। (ଭିଡିଓ ଦେଖନ୍ତୁ)

ସେହିପରି ଆଉଏକ ବିଶେଷ ମୁହୂର୍ତ୍ତ ଆସିଥିଲା ପଶ୍ଚିମ ଓଡ଼ିଶାର ବଡ଼ ପର୍ବ ନୂଆଁଖାଇ ବେଳେ। ଏଠାରେ ନୃତ୍ୟ ପରିବେଷଣ ପାଇଁ ଓଡ଼ିଶାରୁ ନିମନ୍ତ୍ରିତ ହୋଇ ଯାଇଥିଲେ ବିଶିଷ୍ଟ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଷୀ। ଏକ ଲୋକପ୍ରିୟ ସମ୍ବଲପୁରୀ ଗୀତରେ ସେ ନୃତ୍ୟ ପରିବେଷଣ କରିଥିଲେ। ତାଙ୍କ ସହ ଆବୁଧାବିରେ ମହିଳା ନୃତ୍ୟଶିଳ୍ପୀମାନେ ମଂଚରେ ନୃତ୍ୟ ପରିବେଷଣ କରିଥିଲେ। (ଭିଡିଓ ଦେଖନ୍ତୁ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe