Advertisment

କଲେଜ ଓ ବିଶ୍ୱବିଦ୍ୟାଳୟର ଖରା ଛୁଟି କମିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ପରି କଲେଜ ଓ ବିଶ୍ୱବିଦ୍ୟାଳୟର ଖରା ଛୁଟି କମିଲା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର। ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି।  ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାସ୍ୱତ ମିଶ୍ର ଲେଖିଥିବା ଚିଠିରେ ଦର୍ଶାଛନ୍ତି, କୋଭିଡ୍ ପାଇଁ […]

ଅଦ୍ୟତନ ହୋଇଛି
ଖୁବ୍‌ଶୀଘ୍ର ଖୋଲିପାରେ କଲେଜ

college

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ପରି କଲେଜ ଓ ବିଶ୍ୱବିଦ୍ୟାଳୟର ଖରା ଛୁଟି କମିଲା। ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର। ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। 

Advertisment

ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାସ୍ୱତ ମିଶ୍ର ଲେଖିଥିବା ଚିଠିରେ ଦର୍ଶାଛନ୍ତି, କୋଭିଡ୍ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି କମିଥିଲା। ଦରକାର ପଡ଼ିଲେ ଛୁଟି ଦିନ ଓ କାର୍ଯ୍ୟଦିବସରେ ଅତିରିକ୍ତ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ଚଳିତବର୍ଷ ସ୍କୁଲ୍‌ର ଖରାଛୁଟି ଅବଧିକୁ କମାଇ ଦେଇଥିଲେ ରାଜ୍ୟ ସରକାର। ପ୍ରତି ବର୍ଷ ଦେଢ଼ ମାସରୁ ଊର୍ଦ୍ଧ୍ୱ ଦିନ ଧରି ଖରାଛୁଟି ହେଉଥିବା ବେଳେ ଏଥର ୧୦ ଦିନରେ ସୀମିତ ରଖାଯାଇଥିଲା। ଜୁନ୍ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ସମାନ ରାସ୍ତାରେ ଯାଇଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି କରିବାକୁ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

Advertisment
Odisha Education
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe