କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତକାଲି ଜୟପୁର ସଦର ଥାନା ହାଜତରୁ ଜଣେ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଆଜି ଜଣେ ASI ଏବଂ ଜଣେ କନଷ୍ଟେବଲଙ୍କୁ ସସ୍ପେଣ୍ଡ କଲେ ଏସ୍ପି। ସେମାନେ ହେଲେ ASI ସପନ ସରକାର ଏବଂ କନଷ୍ଟେବଲ ଡି.କେ ମାଝୀ। ଏଥିସହ ତଦନ୍ତ ଦାୟିତ୍ୱରୁ ସଦର IICଙ୍କୁ ହଟାଇ ଅନ୍ୟ ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।
ସୂଚନାଯୋଗ୍ୟ, ରାଜସ୍ଥାନର ଗୋପାଳ ରାମ ନାମକ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ଗତକାଲି ରାତିରେ ୮ କ୍ୱିଣ୍ଟାଲ ଗଞ୍ଜାଇ ଜବତ ସହ ତାଙ୍କୁ ଜୟପୁର ସଦର ଥାନାରେ ଅଟକ ରଖାଯାଇଥିଲା । ସେଠାରେ ତାଙ୍କୁ ଘୋଡ଼ାଇ ହେବାକୁ କମ୍ବଳ ଦିଆଯାଇଥିବା ବେଳେ ବିଳମ୍ବିତ ରାତିରେ କମ୍ବଳ ଚିରି ହାଜତ ମଧ୍ୟରେ ହିଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ବିଭାଗୀୟ ତଦନ୍ତ ଆରମ୍ଭ କରି ଏସ୍ପି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆଲୋଚନା ହେଉଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଲାଗିଛି ଡୋରି ଯିବି ମୁଁ ପୁରୀ... ପାଦରେ ଚାରି ଧାମ୍ ଯାତ୍ରାରେ ୟୁପି ଯୁବକ
ଅଯୋଧ୍ୟାରୁ କାଶି ବିଶ୍ୱନାଥ ଯାଇଥିଲେ ମିଥିଲେଶ। ବାବାଙ୍କୁ ଦର୍ଶନ କରିବା ପରେ ସେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୫୩ ଦିନ ହେଲା ପାଦରେ ଚାଲୁଛନ୍ତି। ପିଠିରେ ଝୁଲୁଥିବା ବ୍ୟାଗରେ ତ୍ରିରଙ୍ଗା ଓ ସନାତନ ପତାକୁ ଉଡାଇ ଚାଲିଛନ୍ତି।
Politics
ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ
୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।
Accident
ମା’ ଓ ୨ ପୁଅଙ୍କ ଉପରେ ମାଡ଼ିଗଲା କାର୍
ଦୁର୍ଘଟଣାପରେ ପୁଲିସ ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉ଼ଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
Accident
ଜଳିଗଲା ଧାନ ଗଦା, ୬ ଏକର ଜମିର ଧାନ ଫସଲ ଭସ୍ମ
ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।
Weather
ରାଜ୍ୟରେ ଅସହ୍ୟ ଶୀତ: ୧ ଡିଗ୍ରୀକୁ ଖସିଲା ପାରଦ, କେଉଁଠି ଜାଣନ୍ତୁ
ରାଜ୍ୟ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି।