Advertisment

ହାଜତରୁ ମିଳିଥିଲା ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ; ନିଲମ୍ବିତ ହେଲେ ASI, କନଷ୍ଟେବଲ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତକାଲି ଜୟପୁର ସଦର ଥାନା ହାଜତରୁ ଜଣେ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଆଜି ଜଣେ ASI ଏବଂ ଜଣେ କନଷ୍ଟେବଲଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି। ସେମାନେ ହେଲେ  ASI ସପନ ସରକାର ଏବଂ କନଷ୍ଟେବଲ ଡି.କେ ମାଝୀ।  ଏଥିସହ ତଦନ୍ତ ଦାୟିତ୍ୱରୁ ସଦର IICଙ୍କୁ ହଟାଇ ଅନ୍ୟ ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ରାଜସ୍ଥାନର ଗୋପାଳ ରାମ ନାମକ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ଗତକାଲି ରାତିରେ ୮ […]

ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍‌ ଓ ଜରିମାନା

jail

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତକାଲି ଜୟପୁର ସଦର ଥାନା ହାଜତରୁ ଜଣେ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଆଜି ଜଣେ ASI ଏବଂ ଜଣେ କନଷ୍ଟେବଲଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି। ସେମାନେ ହେଲେ  ASI ସପନ ସରକାର ଏବଂ କନଷ୍ଟେବଲ ଡି.କେ ମାଝୀ।  ଏଥିସହ ତଦନ୍ତ ଦାୟିତ୍ୱରୁ ସଦର IICଙ୍କୁ ହଟାଇ ଅନ୍ୟ ଜଣେ ଇନ୍ସପେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment

ସୂଚନାଯୋଗ୍ୟ, ରାଜସ୍ଥାନର ଗୋପାଳ ରାମ ନାମକ ୪୫ ବର୍ଷୀୟ ବ୍ୟକ୍ତିଙ୍କ ନିକଟରୁ ଗତକାଲି ରାତିରେ ୮ କ୍ୱିଣ୍ଟାଲ ଗଞ୍ଜାଇ ଜବତ ସହ ତାଙ୍କୁ    ଜୟପୁର ସଦର ଥାନାରେ ଅଟକ ରଖାଯାଇଥିଲା । ସେଠାରେ ତାଙ୍କୁ ଘୋଡ଼ାଇ ହେବାକୁ କମ୍ବଳ ଦିଆଯାଇଥିବା ବେଳେ ବିଳମ୍ବିତ ରାତିରେ    କମ୍ବଳ ଚିରି ହାଜତ ମଧ୍ୟରେ ହିଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ବିଭାଗୀୟ ତଦନ୍ତ ଆରମ୍ଭ କରି ଏସ୍‌ପି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଆଲୋଚନା ହେଉଛି।

ASI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe