Advertisment

ଏସ୍‌ବିଆଇ କିଓସ୍କ ନାଁରେ ଗ୍ରାହକଙ୍କ ଠାରୁ ଲୁଟ୍‌

ନୀଳଗିରି (ବିଶ୍ୱମ୍ବର ଦାସ): ଏସ୍‌ବିଆଇ କିଓସ୍କ ବ୍ୟାଙ୍କରେ ଟଙ୍କା ରଖି ଠକେଇର ଶିକାର ହେଲେ ଶହ ଶହ ଗ୍ରାହକ। ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟିନେଲେ ବ୍ୟାଙ୍କ କର୍ମଚାରୀ। ବ୍ୟାଙ୍କ ଦ୍ୱାରା ଡିଜିଟାଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ନୀଳଗିରି ବ୍ଲକ କାଂଶ ପଞ୍ଚାୟତରେ ଥିବା ଷ୍ଟେଟ ବ୍ୟାଙ୍କ କିଓସ୍କରେ ଲକ୍ଷ ଲକ୍ଷ ଟଙ୍କା ଜମା ରଖି ଠକେଇର ଶିକାର ହୋଇଛନ୍ତି ବହୁ ଗ୍ରାହକ। କାଂଶ ପଞ୍ଚାୟତ ଦୁର୍ଗାପୁର ଗାଁର ଜୟନ୍ତୀ ସାହୁ  ଝିଅ ବାହାଘର ପାଇଁ […]

ଅଦ୍ୟତନ ହୋଇଛି
ଏସ୍‌ବିଆଇ କିଓସ୍କ ନାଁରେ ଗ୍ରାହକଙ୍କ ଠାରୁ ଲୁଟ୍‌

SBI Bank fraud

Advertisment

ନୀଳଗିରି (ବିଶ୍ୱମ୍ବର ଦାସ): ଏସ୍‌ବିଆଇ କିଓସ୍କ ବ୍ୟାଙ୍କରେ ଟଙ୍କା ରଖି ଠକେଇର ଶିକାର ହେଲେ ଶହ ଶହ ଗ୍ରାହକ। ଲୋକଙ୍କ କଷ୍ଟ ଅର୍ଜିତ ଟଙ୍କା ଲୁଟିନେଲେ ବ୍ୟାଙ୍କ କର୍ମଚାରୀ। ବ୍ୟାଙ୍କ ଦ୍ୱାରା ଡିଜିଟାଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ନୀଳଗିରି ବ୍ଲକ କାଂଶ ପଞ୍ଚାୟତରେ ଥିବା ଷ୍ଟେଟ ବ୍ୟାଙ୍କ କିଓସ୍କରେ ଲକ୍ଷ ଲକ୍ଷ ଟଙ୍କା ଜମା ରଖି ଠକେଇର ଶିକାର ହୋଇଛନ୍ତି ବହୁ ଗ୍ରାହକ।

Advertisment

କାଂଶ ପଞ୍ଚାୟତ ଦୁର୍ଗାପୁର ଗାଁର ଜୟନ୍ତୀ ସାହୁ  ଝିଅ ବାହାଘର ପାଇଁ ଲକ୍ଷେ ଟଙ୍କା ସଞ୍ଚିଥିଲେ। ୨୦୧୯ ମସିହା ଡିସେମ୍ବର ୧୬ରେ ୪୦ ହଜାର ଏବଂ ୨୦୨୦ ଜୁନ୍ ୩ ତାରିଖରେ ୬୦ ହଜାର ଟଙ୍କା ଜମା କରିଥିଲେ। ବର୍ଷେ ପରେ ମ୍ୟାଚୁରିଟି ହୋଇଥିଲା। କିନ୍ତୁ ଜୟନ୍ତୀ ବ୍ୟାଙ୍କ ଯାଇ ବୁଝିବା ବେଳକୁ ତାଙ୍କ ପାସ୍‌ବୁକ୍‌ରେ ଟଙ୍କାଟିଏ ବି ନଥିବା ଅଭିଯୋଗ ହୋଇଛି।SBI account opening receipt

ସେହିଭଳି ସରସ୍ୱତୀ ବେହେରା ଲୋକଙ୍କ ଘରେ ମୁଢି ଭାଜି ମୁଲ ଲାଗି କିଓସ୍କ ବ୍ୟାଙ୍କରେ ପ୍ରାୟ ୧୩ ହଜାର ଟଙ୍କା ଜମା ରଖିଥିଲେ। ତାଙ୍କର ବି ସମଦଶ।  ଏବେ ଦିନରାତି ଆଖିରୁ ଲୁହ ଝରାଇବା ଛଡ଼ା ଅନ୍ୟ ବାଟ ନାହିଁ। ଦୁର୍ଗାପୁରର ସରସ୍ୱତୀ ନାୟକ ମଧ୍ୟ ଗାଈ ଛେଳି ବିକି ଟଙ୍କା ସଞ୍ଚିଥିଲେ ଏବେ ଆକାଉଣ୍ଟ ଖାଲି ହୋଇଯାଇଥିବା ଜାଣିବା ପରେ କେବେ ଟଙ୍କା ଫେରିପାଇବେ ତାକୁ ଚାହିଁ ବସିଛନ୍ତି।

Advertisment

କାଂଶ ଗାଁରେ କିଓସ୍କ କଡ଼ରେ ରହିଛି କାଂଶ ଷ୍ଟେଟ୍ ବ୍ୟାଙ୍କ ଶାଖା। ଗ୍ରାହକମାନେ ବ୍ୟାଙ୍କକୁ ଗଲେ ବ୍ୟାଙ୍କ କର୍ତ୍ତୃପକ୍ଷ କିଓସ୍କରେ ଟଙ୍କା ଡିପୋଜିଟ୍ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ତେଣୁ ଶତାଧିକ ଲୋକ କିଓସ୍କରେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିଲେ। କିନ୍ତୁ ଏବେ ବ୍ୟାଙ୍କ ମ୍ୟାନେଜର କିଛି ବୁଝୁନାହାନ୍ତି। ତେଣୁ ଏହି ଠକେଇରେ କିଓସ୍କ କର୍ମଚାରୀଙ୍କ ସହ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସଲାସୁତୁରା ଥିବା ଲୋକେ ଅଭିଯୋଗ କରିଛନ୍ତି।  ସେପଟେ ଠକେଇ ପରେ କିଓସ୍କ ପରିଚାଳନା କରୁଥିବା ମହିଳା ଓ ତାଙ୍କ ସ୍ୱାମୀ ଫେରାର୍ ହୋଇଯାଇଥିବା ଜଣାପଡିଛି।Fraud

ଲୋକେ କେବେ ଫେରିପାଇବେ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା? ନିରୀହ ଗରିବ ଲୋକଙ୍କୁ ଠକିଥିବା କିଓସ୍କ କର୍ମଚାରୀଙ୍କ ବିରୋଧରେ କେବେ ହେବ ତଦନ୍ତ ଏବଂ କେବେ କାର୍ଯ୍ୟାନୁଷ୍ଠାନ ହେବ? ଏ ତମାମ ପ୍ରଶ୍ନର ଉତ୍ତର ପାଇଁ କାଂଶ ଷ୍ଟେଟ୍ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଠକେଇ କଥା ସ୍ୱୀକାର କରିଥିଲେ ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ମନା କରିଦେଇଛନ୍ତି।

Cyber Attack Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe