/odisha-reporter/media/post_attachments/uploads/2016/08/dhalasamanta1.jpg)
dhalasamanta
କଟକ: କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ବିଡାନାସୀ ଅଖନା ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଆଜି ଦିଲ୍ଲୀପ ସାହୁ ଓ ଭରତ ଜେନା ସାକ୍ଷୀ ଦେବାକୁ ଆସି ସୁଶାନ୍ତ ଧଳସାମନ୍ତଙ୍କୁ ଚିହ୍ନି ନଥିବା କହିଛନ୍ତି।
Advertisment
୨୦୦୪ ମେ’ ୫ ତାରିଖରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ (ଡି-ବ୍ରଦର୍ସ) ଦୁଇ ଭାଇ ସେମାନଙ୍କ ସହଯୋଗୀ ଅଖନାକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ପରେ ସୁଶାନ୍ତ ଫେରାର ହୋଇଯାଇଥିବା ବେଳେ ସୁଶୀଲ ଓ ଅନ୍ୟ ସହଯୋଗୀମାନେ କୋର୍ଟରେ ହାଜର ହୋଇ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।
ଦୀପୁ ଓ ଓମ୍ ହତ୍ୟା ମାମଲାରେ ଡି-ବ୍ରଦର୍ସ ଗିରଫ ହେବା ପରେ ସୁଶାନ୍ତ ବିରୋଧରେ ଅଖନା ହତ୍ୟା ମାମଲାର ଶୁଣାଣି କଟକ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆରମ୍ଭ ହୋଇଛି। ସାକ୍ଷୀମାନେ ସହଯୋଗ କରୁନାହାନ୍ତି ବୋଲି ସୁଶାନ୍ତଙ୍କ ଓକିଲ ପୂର୍ବପରି ଏଥର ମଧ୍ୟ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
