Advertisment

କଟକ: ଆଉ ୧୦ ଜଣ୍ଡିସ୍‌ ରୋଗୀ ଚିହ୍ନଟ

କଟକ: କଟକ ଯୋବ୍ରା ନୂଆସାହିରେ ଜଣ୍ଡିସ ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଆଉ ୧୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ଏହି ୧୦ ଜଣଙ୍କୁ ମିଶାଇ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ରେ ପହଞ୍ଚିଛି। ଗତକାଲି ସୁଦ୍ଧା ୨୭ ଜଣ ଜଣ୍ଡିସ୍‌ ଆକ୍ରାନ୍ତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇ ଘରକୁ ଘର ବୁଲି ସଚେତନତା କରାଯାଉଛି। ଏହାସହ […]

author-image
Rakesh Mallick
ଅଦ୍ୟତନ ହୋଇଛି
କଟକ: ୫ ଜଳ ନମୁନାରୁ ୨ରେ ଜଣ୍ଡିସ୍‌ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି

joundish

କଟକ: କଟକ ଯୋବ୍ରା ନୂଆସାହିରେ ଜଣ୍ଡିସ ସ୍ଥିତି ଜଟିଳ ହେବାରେ ଲାଗିଛି। ଆଜି ଆଉ ୧୦ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଛି। ଏହି ୧୦ ଜଣଙ୍କୁ ମିଶାଇ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୭ରେ ପହଞ୍ଚିଛି।

Advertisment

ଗତକାଲି ସୁଦ୍ଧା ୨୭ ଜଣ ଜଣ୍ଡିସ୍‌ ଆକ୍ରାନ୍ତ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଶାସନ ପକ୍ଷରୁ ୨୦ଟି ଟିମ୍ ଗଠନ କରାଯାଇ ଘରକୁ ଘର ବୁଲି ସଚେତନତା କରାଯାଉଛି। ଏହାସହ ପାଇପ୍‌ଲାଇନ୍‌ ଗୁଡିକର ଯାଞ୍ଚ କରାଯାଇ ମରାମତି କରାଯାଉଛି। ଆବଶ୍ୟକ ସ୍ଥଳରେ ନୂଆ ପାଇପ୍‌ଲାଇନ୍‌ ମଧ୍ୟ ଲଗାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସଂକ୍ରମିତ ଅଞ୍ଚଳରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ରୋଗୀଙ୍କୁ ହାଲୋଜେନ୍‌ ବଟିକା ସହ ଓଆରଏସ୍‌ ଦିଆଯାଉଛି।