ଚଳଚଞ୍ଚଳ ଐତିହାସିକ କଟକ ବାଲିଯାତ୍ରା ପଡ଼ିଆ, ସଜେଇ ହୋଇଛି କୁଆଖାଇ ପଠା

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଚଳଚଂଚଳ ହୋଇଛି ବାଲିଯାତ୍ରା ପଡିଆ। ଜମିଲାଣି ବେପାରୀଙ୍କ ଗହଳି ଚହଳି। କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି। ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି। ଏଠାରେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି। ପଡ଼ିଆ ଭିତରେ ପାଣି ବୋତଲ […]

balijatra

balijatra

Niranjan Mishra
  • Published: Monday, 07 November 2022
  • Updated: 07 November 2022, 10:24 PM IST

Sports

Latest News

ଭୁବନେଶ୍ୱର/କଟକ(ଓଡ଼ିଶା ରିପୋର୍ଟର): ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ଚଳଚଂଚଳ ହୋଇଛି ବାଲିଯାତ୍ରା ପଡିଆ। ଜମିଲାଣି ବେପାରୀଙ୍କ ଗହଳି ଚହଳି। କିଣାବିକା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଏଥିପାଇଁ ସରିଲାଣି ସମସ୍ତ ପ୍ରସ୍ତୁତି। ଏଥର ସିଏମସି ପକ୍ଷରୁ କ୍ଲିନ୍ ବାଲିଯାତ୍ରା, ଗ୍ରୀନ ବାଲିଯାତ୍ରା ସ୍ଲୋଗାନ ଦିଆଯାଇଛି।

ଏଠାରେ ୨୪ଟି ସ୍ୱତନ୍ତ୍ର ଷ୍ଟଲ ତିଆରି ହୋଇଛି, ଯେଉଁଠି ପ୍ଲାଷ୍ଟିକ ବୋତଲ ଫେରାଇଲେ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଇଛି। ପଡ଼ିଆ ଭିତରେ ପାଣି ବୋତଲ ଗୋଟାକୁ ୨୫ ଟଙ୍କାରେ ବିକ୍ରି କରାଯିବ। କ୍ୟୁଆର କୋଡ୍ ଥିବା ଏହି ବୋତଲକୁ ଫେରାଇଲେ ୫ଟଙ୍କା ଫେରସ୍ତ କରାଯିବ। ଏଥିପାଇଁ ତିଆରି ହୋଇଛି ୨୪ ଟି ସ୍ୱତନ୍ତ୍ର ଷ୍ଟଲ। ତେବେ ବାଲିଯାତ୍ରାରେ ଚଢା ପାର୍କିଂ ଦରକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସେପଟେ ଲକ୍ଷାଧିକ ଲୋକଙ୍କ ଭିଡ଼କୁ ଦୃଷ୍ଟି ରଖି ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି କମିଶନରେଟ୍ ପୁଲିସ। କଟକ ଡିସିପି ପୀନାକ ମିଶ୍ର କହିଛନ୍ତି, ଏଠାରେ ନୂଆ କରି ଖୋଲାଯାଇଥିବା ପୁଲିସ ସପୋର୍ଟ ପୋଷ୍ଟରେ ଅନ୍ ସ୍ପଟ୍ ଏତଲା ଦେବାର ବ୍ୟବସ୍ଥା କରାଯାଇଛି। ତଳ ଓ ଉପର ବାଲିଯାତ୍ରା ପଡିଆ ରହିଛି ସିସିଟିଭି ବଳୟରେ। ଭିଡ ନିୟନ୍ତ୍ରଣ ପାଇଁ ରହିବେ ୫୦ ପ୍ଲାଟୁନ୍ ଫୋର୍ସ।

ତେବେ ଯାତ୍ରା ପୂର୍ବରୁ ପାର୍କିଂ ସ୍ଥାନ ଓ ଦରକୁ ନେଇ ଦେଖାଦେଇଛି ଅସନ୍ତୋଷ। ଦୁଇ ଚକିଆ ପାଇଁ ପୂର୍ବରୁ ପାର୍କିଂ ଫି ୩୦ ଟଙ୍କା ଥିବା ବେଳେ ଏଥର ୫୦ ଟଙ୍କା କରାଯାଇଛି। ତେବେ ଏହି ଦର ଆଜିର ଦିନରେ ବିଶେଷ କିଛି ନୁହେଁ ବୋଲି କଟକ ମେୟର ସୁବାସ ସିଂ କହିଛନ୍ତି। ଯାହା ନିଆଁରେ ଘିଅ ଢାଳିଛି।

ଏପଟେ ବାଲିଯାତ୍ରା ପାଇଁ ସଜେଇ ହେଉଛି ଭୁବନେଶ୍ୱର ଉପକଣ୍ଠ କୁଆଖାଇ ପଠା। ଦୁଇ ବର୍ଷ ପରେ ଜମିବ ଭୁବନେଶ୍ୱର ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥର ଯାତ୍ରାକୁ ଆକର୍ଷଣୀୟ କରିବାକୁ ଅଂଟା ଭିଡିଛି ବାଲିଯାତ୍ରା କମିଟି। ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ମଂଚ। ଦର୍ଶକଙ୍କ ମନୋରଂଜନ ପାଇଁ ଓଲିଉଡ୍ ସମେତ ବଲିଉଡରୁ ଆସିବେ ନାମୀଦାମୀ ଗାୟକ ଓ କଳାକାର। ଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ ମୀନାବଜାର। ୩ ଶହ ଷ୍ଟଲରେ ନିଜ ନିଜର ପସରା ମେଲିବେ ରାଜ୍ୟ ଏବଂ ବାହାର ରାଜ୍ୟର ବ୍ୟବସାୟୀ। ପଡିଆକୁ ପ୍ରବେଶ ପାଇଁ ତିଆରି ହୋଇଛି ତିନି ତିନିଟି ଗେଟ୍।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଏଠାରେ ଟ୍ରାଫିକ ଓ ପାର୍କିଂ ଉପରେ ଦିଆଯାଇଛି ବିଶେଷ ଗୁରୁତ୍ୱ। ଯାତ୍ରା ସମୟରେ ଭାରିଯାନ ଚଳାଚଳ ବନ୍ଦ ରହିବ। ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବ। ୮ରୁ ୧୦ ପ୍ଲାଟୁନ ଫୋର୍ସ ସହ ବାଲିଯାତ୍ରାକୁ ଜଗିବେ ସ୍ୱତନ୍ତ୍ର ସ୍କ୍ୱାଡ୍।

ଭୁବନେଶ୍ୱର ବାଲିଯାତ୍ରା କମିଟି ଆବାହକ ଯଶୋବନ୍ତ ଓଝା କହିଛନ୍ତି, ଦୁଇ ବର୍ଷର ମହାମାରୀ ପରେ ଟ୍ୱିନସିଟିରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos