Advertisment

ଡି’ବ୍ରଦର୍ସ ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ

କଟକ: ଡି’ବ୍ରଦର୍ସ ମାମଲାରେ କମିଶନରେଟ୍ ପୋଲିସ୍ ଆଜି ଆଉ ଏକ ଚାର୍ଜସିଟ୍ ଦାଖଲ କରିଛି। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ୨୩୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ୨ ଭାଇଙ୍କ ସହ ୨୮ ଜଣ ଅଭିଯୁକ୍ତଙ୍କ ନାଁ ରହିଛି। ଏହା ପୂର୍ବରୁ ଜୁନ୍ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ବହୁ ଚର୍ଚ୍ଚିତ ଓମ୍‌ ହତ୍ୟା ମାମଲାରେ ଡି’ ବ୍ରଦର୍ସଙ୍କ ସମେତ ୬ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ୪୫୪ ପୃଷ୍ଠା […]

author-image
Rakesh Mallick
ଡି’ବ୍ରଦର୍ସ ମାମଲାରେ ଆଉ ଏକ ଚାର୍ଜସିଟ୍ ଦାଖଲ

sushil

କଟକ: ଡି’ବ୍ରଦର୍ସ ମାମଲାରେ କମିଶନରେଟ୍ ପୋଲିସ୍ ଆଜି ଆଉ ଏକ ଚାର୍ଜସିଟ୍ ଦାଖଲ କରିଛି। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି। ୨୩୦ ପୃଷ୍ଠାର ଏହି ଚାର୍ଜସିଟ୍‌ରେ ୨ ଭାଇଙ୍କ ସହ ୨୮ ଜଣ ଅଭିଯୁକ୍ତଙ୍କ ନାଁ ରହିଛି।

Advertisment

ଏହା ପୂର୍ବରୁ ଜୁନ୍ ୧୩ ତାରିଖରେ କମିଶନରେଟ୍ ପୋଲିସ୍ ବହୁ ଚର୍ଚ୍ଚିତ ଓମ୍‌ ହତ୍ୟା ମାମଲାରେ ଡି’ ବ୍ରଦର୍ସଙ୍କ ସମେତ ୬ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଥିଲେ। ୪୫୪ ପୃଷ୍ଠା ସମ୍ୱଳିତ ଏହି ଚାର୍ଜସିଟରେ ୫୯ ଜଣଙ୍କୁ ସାକ୍ଷୀ ଭାବେ ଦର୍ଶାଯାଇଛି।

ମେ’ ମାସରେ କମିଶନରେଟ୍ ପୋଲିସ୍ ଦୀପୁ ହତ୍ୟାକାଣ୍ଡ ମାମଲାରେ ଚାର୍ଜସିଟ୍ ଦାଖଲ କରିଥିଲା। ୧୧୨୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ରେ ଡି’ବ୍ରଦର୍ସଙ୍କ ସହିତ ମୋଟ ୧୪ ଜଣଙ୍କ ନାଁ ଉଲ୍ଲେଖ ରହିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇଥିବା ବେଳେ ୪ ଜଣ ଫେରାର ଅଛନ୍ତି।

Advertisment