କଟକକୁ ବ୍ରେନ୍‌ ଷ୍ଟ୍ରୋକ୍‌ ବିପଦ: ପ୍ରତି ଲକ୍ଷେରେ ୧୮୭ ଶିକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଟକ ଜିଲ୍ଲାରେ ବେଶୀ ଲୋକ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି। ପ୍ରତି ଲକ୍ଷେରେ ୧୮୭ ହେଉଛନ୍ତି ଶିକାର। ଉଚ୍ଚ ରକ୍ତଚାପ ଓ ତମାଖୁ ବ୍ୟବହାର ପାଇଁ କଟକରେ ଅଧିକ ଲୋକଙ୍କୁ ଷ୍ଟ୍ରୋକ୍‌ ହେଉଛି। ଏଥିସହ ମଧୁମେହ ଓ ଅତ୍ୟଧିକ ଓଜନ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ହୋଇପାରେ। ଏପରି ସାଙ୍ଘାତିକ ତଥ୍ୟ ଆଇସିଏମ୍‌ଆର୍‌ ରିପୋର୍ଟରୁ ସାମ୍ନାକୁ ଆସିଛି। ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ପ୍ରତିବର୍ଷ ରାଜ୍ୟର ହଜାର […]

Cuttack

Cuttack

Manoranjan Sial
  • Published: Friday, 12 November 2021
  • Updated: 12 November 2021, 08:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର କଟକ ଜିଲ୍ଲାରେ ବେଶୀ ଲୋକ ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି। ପ୍ରତି ଲକ୍ଷେରେ ୧୮୭ ହେଉଛନ୍ତି ଶିକାର। ଉଚ୍ଚ ରକ୍ତଚାପ ଓ ତମାଖୁ ବ୍ୟବହାର ପାଇଁ କଟକରେ ଅଧିକ ଲୋକଙ୍କୁ ଷ୍ଟ୍ରୋକ୍‌ ହେଉଛି। ଏଥିସହ ମଧୁମେହ ଓ ଅତ୍ୟଧିକ ଓଜନ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ହୋଇପାରେ। ଏପରି ସାଙ୍ଘାତିକ ତଥ୍ୟ ଆଇସିଏମ୍‌ଆର୍‌ ରିପୋର୍ଟରୁ ସାମ୍ନାକୁ ଆସିଛି। ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି।

ପ୍ରତିବର୍ଷ ରାଜ୍ୟର ହଜାର ହଜାର ଲୋକ ଏଭଳି ବ୍ରେନ୍‌ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି। ଏମିତିକି ଷ୍ଟ୍ରୋକ ଘଟଣାରେ ସାରା ଦେଶରେ ଓଡ଼ିଶାର ସ୍ଥିତି ବେଶ ଚିନ୍ତାଜନକ ଥିବା ସଙ୍କେତ ମିଳିଛି। ଆଇସିଏମ୍‌ଆର୍‌ର ଏକ ଷ୍ଟଡିରେ ଦେଶର ୫ଟି ଜିଲ୍ଲା- ଓଡ଼ିଶାର କଟକ, ଉତ୍ତରପ୍ରଦେଶର ବାରାଣସୀ, ରାଜସ୍ଥାନର କୋଟା, ଆସାମର କାଚର, ତାମିଲନାଡ଼ୁର ତିରୁନେଲଭେଲି ଜିଲ୍ଲା ରହିଛି। ୨୦୧୮ ଓ ୨୦୧୯ ମସିହାର ଷ୍ଟ୍ରୋକ ତଥ୍ୟକୁ ନେଇ ସଂସ୍ଥାର ବେଙ୍ଗାଲୁରୁସ୍ଥିତ ନ୍ୟାସନାଲ ସେଣ୍ଟର ଫର ଡିଜିଜ ଇନ୍‌ଫର୍ମେଟିକ୍ସ ଆଣ୍ଡ ରିସର୍ଚ୍ଚ ପ୍ରସ୍ତୁତ କରିଥିବା ସଦ୍ୟତମ ରିପୋର୍ଟ କହୁଛି, କଟକ ଜିଲ୍ଲାରେ ସର୍ବାଧିକ ଲୋକ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି।

ପ୍ରତିବର୍ଷ ଜିଲ୍ଲାର ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୧୮୭ ଜଣ ଷ୍ଟ୍ରୋକ୍‌ରେ ଶିକାର ହେଉଛନ୍ତି। ସେହିଭଳି ପ୍ରତି ଲକ୍ଷେ ପୁରୁଷଙ୍କ ଭିତରୁ ୨୧୭ ଜଣ ଷ୍ଟ୍ରୋକରେ ଶିକାର ହେଉଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୧୫୬। ତେବେ କଟକରେ ଷ୍ଟ୍ରୋକ ଜନିତ ମୃତ୍ୟୁସଂଖ୍ୟା, ସର୍ଭେ ହୋଇଥିବା ଦେଶର ଅନ୍ୟ ଜିଲ୍ଲା ତୁଳନାରେ ବହୁତ କମ୍‌ ରହିଛି। ଷ୍ଟଡି କହୁଛି, ଷ୍ଟ୍ରୋକ ଯୋଗୁ ବାରଣାସୀରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ୪୬ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଏହା ପଛକୁ  କାଚରରେ ୩୯.୯, କଟକରେ ୩୧ ଓ କୋଟାରେ ସବୁଠୁ କମ୍‌ ୧୫ ଜଣଙ୍କ ପ୍ରାଣ ଯାଉଛି।

ଆଇସିଏମ୍‌ଆର୍‌ ସର୍ଭେ କହୁଛି, ଉଚ୍ଚ ରକ୍ତଚାପ ଓ ତମାଖୁ ବ୍ୟବହାର ପାଇଁ କଟକରେ ଅଧିକ ଲୋକଙ୍କୁ ଷ୍ଟ୍ରୋକ ହେଉଛି। ଏଥିସହ ମଧୁମେହ  ଓ ଅତ୍ୟଧିକ ଓଜନ ବି ଷ୍ଟ୍ରୋକ୍‌ର ଅନ୍ୟତମ ପ୍ରମୁଖ କାରଣ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଷ୍ଟଡିରୁ କଟକରେ ସର୍ବାଧିକ ଲୋକ ଷ୍ଟ୍ରୋକରେ ଶିକାର ହେଉଥିବା ଜଣାପଡ଼ିବା ଓଡ଼ିଶା ପାଇଁ ସତର୍କ ଘଣ୍ଟି। ତେଣୁ ବ୍ରେନ୍‌ ଷ୍ଟ୍ରୋକ୍‌ରୁ ବର୍ତ୍ତିବା ପାଇଁ ଲୋକେ ଅଧିକ ସ୍ୱାସ୍ଥ୍ୟ ସଚେତନ ହେବା ଜରୁରୀ ବୋଲି ଏମ୍ସର ଭୁବନେଶ୍ୱରର  ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story