Advertisment

କଟକ କିଡନୀ ବିକ୍ରି ମାମଲା: ଇଡିର ତଦନ୍ତ ଆରମ୍ଭ

କଟକ:ଏକଦା ରାଜ୍ୟରେ ଚହଳ ପକାଇଥିବା କଟକ କିଡନୀ ବିକ୍ରି ମାମଲାର ତଦନ୍ତ ଭାର ହାତକୁ ନେଲା ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି। ଏନେଇ ବିଶାଖାପାଟଣାସ୍ଥିତ ସେଭେନହିଲ ହସ୍ପିଟାଲରେ ପ୍ରାରମ୍ଭିକ ଯାଞ୍ଚ କରିଛି ଇଡି। ହସ୍ପିଟାଲର କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ପରେ ହସ୍ପିଟାଲର ନିର୍ଦେଶକ ପ୍ରଭାକାର ବାବୁଙ୍କୁ ମଧ୍ୟ ଭୁବନେଶ୍ୱର ଡକାଇ ଇଡି ପଚରା ଉଚରା କରିପାରେ ବୋଲି  ସୂଚନା ମିଳିଛି। ୨୦୧୪ ମସିହା ଜୁଲାଇ ମାସରେ କଟକ ମଙ୍ଗଳବାଗ ଥାନା ଅଞ୍ଚଳରେ ଏକ କିଡନୀ ଚୋରି […]

ଅଦ୍ୟତନ ହୋଇଛି
କଟକ କିଡନୀ ବିକ୍ରି ମାମଲା: ଇଡିର ତଦନ୍ତ ଆରମ୍ଭ

seven hills

Advertisment

କଟକ:ଏକଦା ରାଜ୍ୟରେ ଚହଳ ପକାଇଥିବା କଟକ କିଡନୀ ବିକ୍ରି ମାମଲାର ତଦନ୍ତ ଭାର ହାତକୁ ନେଲା ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡି। ଏନେଇ ବିଶାଖାପାଟଣାସ୍ଥିତ ସେଭେନହିଲ ହସ୍ପିଟାଲରେ ପ୍ରାରମ୍ଭିକ ଯାଞ୍ଚ କରିଛି ଇଡି। ହସ୍ପିଟାଲର କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ପରେ ହସ୍ପିଟାଲର ନିର୍ଦେଶକ ପ୍ରଭାକାର ବାବୁଙ୍କୁ ମଧ୍ୟ ଭୁବନେଶ୍ୱର ଡକାଇ ଇଡି ପଚରା ଉଚରା କରିପାରେ ବୋଲି  ସୂଚନା ମିଳିଛି। ୨୦୧୪ ମସିହା ଜୁଲାଇ ମାସରେ କଟକ ମଙ୍ଗଳବାଗ ଥାନା ଅଞ୍ଚଳରେ ଏକ କିଡନୀ ଚୋରି ମାମଲା ରୁଜୁ ହୋଇଥିଲା। ଅଭାବରେ ପଡି ଜଣେ ମହିଳା ନିଜର କିଡନୀ ଦେଇଥିଲେ। ଏହା ପ୍ରତିବଦଳରେ ତାଙ୍କୁ ଅର୍ଥ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ପରେ ତାଙ୍କ ପରିଚୟ ବଦଳାଯାଇ କିଡନୀ ନେବାକୁ ଚାହିଁଥିବା ବ୍ୟକ୍ତିଙ୍କ ସଂପର୍କୀୟ ଭାବେ ଦର୍ଶାଯାଇଥିଲା। ତେବେ ସଠିକ୍ ଭାବେ କାଗଜପତ୍ର ଯାଞ୍ଚ କରାନଯାଇ ବିଶାଖପାଟଣା ସେଭେନହିଲ ହସ୍ପିଟାଲରେ ମହିଳାଙ୍କ କିଡନୀକୁ ପ୍ରତ୍ୟାରୋପଣ କରାଯାଇଥିଲା। ଏହି ଘଟଣା ସମ୍ନାକୁ ଆସିବା ପରେ ସେଭେନହିଲ ହସ୍ପିଟାଲ ନିର୍ଦ୍ଦେଶକ ପ୍ରଭାକର ବାବୁଙ୍କ ସମେତ ଜଣେ ମହିଳା ଓ ଅନ୍ୟ ଜଣେ ପୁରଷଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ଏବେ ଇଡି ମାମଲାର ତଦନ୍ତ ଭାର ହାତକୁ ନେବା ପରେ ରାକେଟର କିଙ୍ଗ ପିନ୍ ନିକଟରେ ପହଞ୍ଚିବା ସମ୍ଭାବନା ସୃଷ୍ଟି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe