Advertisment

କଟକ ମେହେନ୍ଦିପୁରରେ ଜଣ୍ଡିସ୍ ଆତଙ୍କ

କଟକ: କଟକ ମେହେନ୍ଦିପୁରରେ ଜଣ୍ଡିସ୍ ସ୍ଥିତି ଗମ୍ଭୀର ହୋଇପଡିଛି। ଏଠାରେ ୧୩ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ, ସଂଖ୍ୟା ବହୁ ଅଧିକ ବୋଲି ଅଭିଯୋଗ ହୋଇଛି। ଗତକାଲି ଠାରୁ ଏଠାରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟା ଯାଉଛି। ରୋଗ ସଂପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଦୂଷିତ ପିଇବା ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବାରୁ ଖରାପ ପାଇପ୍ ଲାଇନ ବନ୍ଦ କରି ନୂଆ […]

ଅଦ୍ୟତନ ହୋଇଛି
କଟକ ମେହେନ୍ଦିପୁରରେ ଜଣ୍ଡିସ୍ ଆତଙ୍କ

cuttack

Advertisment

କଟକ: କଟକ ମେହେନ୍ଦିପୁରରେ ଜଣ୍ଡିସ୍ ସ୍ଥିତି ଗମ୍ଭୀର ହୋଇପଡିଛି। ଏଠାରେ ୧୩ ଜଣ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ, ସଂଖ୍ୟା ବହୁ ଅଧିକ ବୋଲି ଅଭିଯୋଗ ହୋଇଛି। ଗତକାଲି ଠାରୁ ଏଠାରେ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣା ଔଷଧ ବଣ୍ଟା ଯାଉଛି। ରୋଗ ସଂପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଦୂଷିତ ପିଇବା ପାଣି ଯୋଗୁଁ ଜଣ୍ଡିସ ବ୍ୟାପୁଥିବାରୁ ଖରାପ ପାଇପ୍ ଲାଇନ ବନ୍ଦ କରି ନୂଆ ପାଇପ୍ ଲାଇନ ସାହାଯ୍ୟରେ ଜଳ ଯୋଗାଣ କରାଯାଉଛି। ଟ୍ୟାଙ୍କର ସାହାଯ୍ୟରେ ମଧ୍ୟ ଲୋକଙ୍କୁ ପାଣି ଦିଆଯାଉଛି। ତିନିମାସ ତଳେ କଟକରେ ଜଣ୍ଡିସ୍ ବ୍ୟାପି ୧୭୧ ଜଣ ଆକ୍ରାନ୍ତ ହୋଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe