Advertisment

ଅସନ୍ତୋଷ ଝାଡ଼ିଲେ ସାଂସଦ ଭର୍ତ୍ତୃହରି ମହତାବ

କଟକ(ଓଡ଼ିଶା ରିପୋର୍ଟର): ପ୍ରଶାସନିକ ଅଧିକାରୀଙ୍କୁ ନେଇ ଅସନ୍ତୋଷ ଝାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦରଘା ବଜାର ପୁରୁଣା ଜେଲ୍‌କୁ ସ୍ମାରକୀ କରିବା ପ୍ରସଙ୍ଗରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦରଘା ବଜାର ପୁରୁଣା ଜେଲର ୧୫ ନଂ ୱାର୍ଡକୁ ସ୍ମାରକୀ କରିବାକୁ ନିଷ୍ପତ୍ତି ହୋଇଥିଲା। ୨୫ ବର୍ଷ ହେଲା ତାହା ବିଚାରାଧୀନ ରହିଛି ବୋଲି ଭର୍ତ୍ତୃହରି କହିଛନ୍ତି। ସେ କହିଛନ୍ତି-“ଜେଲ୍‌ ସମ୍ନାରେ ଥିବା ଖାଲି ଅଞ୍ଚଳକୁ ଶିଶୁ ଉଦ୍ୟାନ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା […]

ଅଦ୍ୟତନ ହୋଇଛି
ଅସନ୍ତୋଷ ଝାଡ଼ିଲେ ସାଂସଦ ଭର୍ତ୍ତୃହରି ମହତାବ

cuttack-mp

Advertisment

କଟକ(ଓଡ଼ିଶା ରିପୋର୍ଟର): ପ୍ରଶାସନିକ ଅଧିକାରୀଙ୍କୁ ନେଇ ଅସନ୍ତୋଷ ଝାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଦରଘା ବଜାର ପୁରୁଣା ଜେଲ୍‌କୁ ସ୍ମାରକୀ କରିବା ପ୍ରସଙ୍ଗରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦରଘା ବଜାର ପୁରୁଣା ଜେଲର ୧୫ ନଂ ୱାର୍ଡକୁ ସ୍ମାରକୀ କରିବାକୁ ନିଷ୍ପତ୍ତି ହୋଇଥିଲା। ୨୫ ବର୍ଷ ହେଲା ତାହା ବିଚାରାଧୀନ ରହିଛି ବୋଲି ଭର୍ତ୍ତୃହରି କହିଛନ୍ତି।

Advertisment

ସେ କହିଛନ୍ତି-“ଜେଲ୍‌ ସମ୍ନାରେ ଥିବା ଖାଲି ଅଞ୍ଚଳକୁ ଶିଶୁ ଉଦ୍ୟାନ କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି। କାରଣ କଟକ ଡେଭ୍‌ଲପ୍‌ମେଣ୍ଟ ଅଥରିଟି(ସିଡିଏ) ଯେଉଁ ଆଗ୍ରହ ନେଇ କରିବା କଥା, ତାହା କରୁନାହାନ୍ତି। ଏଥିପାଇଁ ମୁଁ ସେମାନଙ୍କୁ ବାରମ୍ୱାର ଅନୁରୋଧ କରିଛି। ସାଂସଦ ପାଣ୍ଠିରୁ ଟଙ୍କା ଦେଇଛି। ମୁଖ୍ୟମନ୍ତ୍ରୀ ଏହାର ଶୁଭ ମଧ୍ୟ ଦେଇଥିଲେ। ଏହା ସତ୍ତ୍ୱେ ସେହି କାମ କାହିଁକି ଆଗେଇ ପାରୁନି, ତାହା ଜାଣିପାରୁନି।”

ଶ୍ରୀ ମହତାବ ଆହୁରି କହିଛନ୍ତି-“ସ୍ୱରାଜ ଆଶ୍ରମ ହେଉଛି ଏକ ସ୍ମାରକୀ। ଏହାର ରକ୍ଷରାବେକ୍ଷଣା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ବରାଦ ହୋଇଛି। ସ୍ୱରାଜ ଆଶ୍ରମ ପୁରୁଣା ଘରଟି ହେଉଛି ହେରିଟେଜ୍‌ ବିଲ୍‌ଡିଂ। ସେଠି ଗାନ୍ଧି ରହୁଥିବା ଘରକୁ ମ୍ୟୁଜିୟମ୍‌ କରାଯାଇ ରଖାଯାଇଛି। ଆଶ୍ରମର ତଳେ ଥିବା ୫ଟି କୋଠରୀରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଫଟୋଚିତ୍ର ରହିଛି।”

Advertisment

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆମନ୍ତ୍ରଣ କ୍ରମେ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମା ଗାନ୍ଧି କଟକ ଆସିଥିଲେ। କଟକ ଷ୍ଟେସନ୍‌ରେ ଓହ୍ଲାଇବା ପରେ ଗାନ୍ଧି ଚାଲି ଚାଲି ସ୍ୱରାଜ ଆଶ୍ରମ ପର୍ଯ୍ୟନ୍ତ ଯାଇଥିଲେ। ସେହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରୁ ତାଙ୍କ ଉଚ୍ଛସିତ ସମ୍ୱର୍ଦ୍ଧନା ଦିଆଯାଇଥିଲା। ସେହି ଦିବସକୁ କେମିତି ସ୍ମରଣୀୟ କରାଯାଇପାରିବ, ତାହା ଉପରେ ଦଳ ମତ ନିର୍ବିଶେଷରେ ଆଜି ଏକ ବୈଠକ ବସିଥିଲା। ଏହି ସମୟରେ ବିଭିନ୍ନ ପ୍ରସ୍ତାବ ମଧ୍ୟ ଆସିଛି। ଏହାର ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ଭର୍ତ୍ତୃହରି କହିଛନ୍ତି।

ଅଧିକ ପଢ଼ନ୍ତୁ : କିଡନୀ ଦଲାଲ ହିଂମାଶୁକୁ ଆଜି ରିମାଣ୍ଡରେ ନେବ ପୁଲିସ୍‌, ଖୋଲିପାରେ ନେଟୱର୍କ ଗୁମର

Odia News Odisha News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe