bksharama
କଟକ: ରାଜ୍ୟରେ ସାଇବର ଅପରାଧର ମୁକାବିଲା କରିବା ନେଇ ପୋଲିସ ଅଧିକାରୀମାନଙ୍କର ଏକ ସ୍ୱତନ୍ତ୍ର ତାଲିମ ଶିବିର ଆସନ୍ତକାଲି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅନୁଷ୍ଠିତ ହେବ। ଶବିରରେ ସାଇବର କ୍ରାଇମ ଓ ସାଇବର ଫୋରେନସିକ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯିବ।
ବିଶେଷ କରି ହ୍ୟାକିଂ, ଏଟିଏମ କାର୍ଡରୁ ଟଙ୍କା ଗାୟବ ହେବା, ଫେସବୁକ ସମ୍ୱନ୍ଧିତ ଅପରାଧ, ଅନଲାଇନ୍ ଠକେଇ, ଫୋନ ଯୋଗେ ଠକେଇ, ଲଟେରୀ ଠକେଇ, ଅନ୍ଲାଇନ୍ରେ ଚାକିରି ଦେବା ଆଳରେ ହେଉଥିବା ଠକେଇ, ଡିଜିଟାଲ ପ୍ରମାଣ ସଂଗ୍ରହ ଓ ଜବତ କରିବା ଆଦି ବିଷୟରେ ଆଲୋଚନା କରାଯିବ। ଏହାସହ କିଭଳି ଭାବେ ସାଇବର ମାମଲାଗୁଡିକ ପଞ୍ଜିକରଣ କରାଯିବ ଓ କେଉଁ ଦଫାରେ ମାମଲା ରୁଜୁ କରାଯିବ ସେ ବିଷୟରେ ମଧ୍ୟ ତାଲିମ ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ଡିଜି କ୍ରାଇମବ୍ରାଞ୍ଚ ବି.କେ ଶର୍ମା ସୂଚନା ଦେଇଛନ୍ତି।
ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ କୋଲକାତା ସ୍ଥିତ ସିଏଫଏସଏଲର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟର ସାଇବର ବିଶେଷଜ୍ଞମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶିବିରରେ ରାଜ୍ୟର ପ୍ରତି ଜିଲ୍ଲାରୁ ୨ଜଣ କରି ପୋଲିସ ଅଧିକାରୀ ଯୋଗଦେଇ ତାଲିମ ଗ୍ରହଣ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us