Advertisment

‘ବି’ ସେଟ୍‌ରୁ ବାହାରିଲା ‘ଏ’ ସେଟ୍‌ର ପ୍ରଶ୍ନ, ବୋର୍ଡ କହିଲା- କଟିବନି ଗୋଟିଏ ବି ମାର୍କ

ପୁଣି ଥରେ ବିବାଦ ଘେରରେ ଫସିଲା ବୋର୍ଡ । ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା ବିଭ୍ରାଟ। ‘ବି’ ସେଟ୍‌ ପ୍ରଶ୍ନପତ୍ର ଭିତରୁ ବାହାରିଲା ‘ଏ’ ସେଟ୍‌ର ପ୍ରଶ୍ନ । ଏପରିକି ସମୁଦାୟ ୫୦ଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ ।

author-image
Niharika Rout
Board

Board

ପୁଣି ଥରେ ବିବାଦ ଘେରରେ ଫସିଲା ବୋର୍ଡ । ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା ବିଭ୍ରାଟ। ‘ବି’ ସେଟ୍‌ ପ୍ରଶ୍ନପତ୍ର ଭିତରୁ ବାହାରିଲା ‘ଏ’ ସେଟ୍‌ର ପ୍ରଶ୍ନ । ଏପରିକି ସମୁଦାୟ ୫୦ଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ । ଫଳରେ ଏହାକୁ ନେଇ ଘୋର ମାନସିକ ଚାପରେ ଥିବା ଛାତ୍ରଛାତ୍ରୀ ମୁଣ୍ଡରେ ହାତ ଦେଇଛନ୍ତି । ଅପରପକ୍ଷେ, ବୋର୍ଡ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ଏଥିଯୋଗୁ ଛାତ୍ରଛାତ୍ରୀଙ୍କର ଗୋଟିଏ ବି ମାର୍କ କଟିବନି ବୋଲି ପ୍ରତିଶ୍ରୁତି ଦେଇଛି ।

Advertisment

ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ଥିବା ବେଳେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଛି ସାଂଘାତିକ ଅଭିଯୋଗ । ‘ବି’ ସେଟ୍‌ ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିବା ବେଳେ ସେମାନଙ୍କୁ ଲାଗିଲା ଶକ୍ତ ଝଟକା। କାରଣ ତାହା ମଧ୍ୟରେ ‘ଏ’ ସେଟ୍‌ର ପ୍ରଶ୍ନ ପଶି ଯାଇଥିବା ଜାଣିବାକୁ ପାଇବା ପରେ ସେମାନେ ଘୋର ମାନସିକ ଚାପରେ ରହିଛନ୍ତି। 

ଏପରିକି ପ୍ରଶ୍ନପତ୍ରରୁ ୧୯ ନଂ ପ୍ରଶ୍ନ ସମ୍ପୂର୍ଣ୍ଣ ଗାଏବ ହୋଇ ଯାଇଛି। ଫଳରେ ଅନ୍ୟ ସେଟ୍‌ ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀ ୫୦ଟି ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ସେମାନେ ୪୯ଟି ପ୍ରଶ୍ନର ଉତ୍ତର ଦେଇପାରିଲେ। ଏପରିକି ବହୁ ପ୍ରଶ୍ନ ରିପିଟ୍‌ ହୋଇଥିବା ବି ସେମାନେ ଅଭିଯୋଗ କରିଛନ୍ତି। ଓଏମଆର ବ୍ୟବସ୍ଥାରେ ଖାତାଦେଖା ହେଉଥିବାରୁ ଏଭଳି ତ୍ରୁଟି ପାଇଁ ମାର୍କ କମିବାର ଆଶଙ୍କା କରିଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ । ତେଣୁ ଗ୍ରେସ ମାର୍କ ଦେବା ପାଇଁ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି।

Advertisment

ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିର  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବି ଏପରି ଅଭିଯୋଗ ଆସିଛି। ଏହାବାଦ ରାଜ୍ୟର ବିଭିନ୍ନ ସ୍କୁଲରେ ବି ସମାନ ସମସ୍ୟା ଉପୁଜିଥିବା ଜଣାଯାଇଛି। 

ଏପରି ସାଂଘାତିକ ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିବା ସହ ଏହା ମୁଦ୍ରଣଜନିତ ତ୍ରୁଟି ବୋଲି କହିଛନ୍ତି। ଏହାର ତଦନ୍ତ କରାଯାଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଏହି ସମସ୍ୟାର ସମ୍ମୁଖୀନ ହୋଇଥିବା ପରିକ୍ଷାର୍ଥୀ ଚିନ୍ତିତ ହେବା ଆବଶ୍ୟକ ନାହିଁ । ମୂଲ୍ୟାୟନ ସମୟରେ ପରିକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୂଲ୍ୟାୟନ କରାଯିବ । ଯେଉଁ ଯେଉଁ ପିଲାଙ୍କ କ୍ଷେତ୍ରରେ ଏପରି ହୋଇଛି, ସେମାନେ ଜଣାନ୍ତୁ। ପିଲାମାନେ ଆଉ ଥରେ ଏହି ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ । ଏହି ସମସ୍ୟା ପାଇଁ ସେମାନଙ୍କର କିଛି ମାର୍କ କଟିବନି ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ବୋର୍ଡ ସଭାପତି ।

Odisha 10th Board Exam 10th Exam Tension Situation