Advertisment

ହାଇୱାକୁ ପଛରୁ ପିଟିଲା କାର୍, ୭ ବର୍ଷର ପୁଅ ମୃତ

କଟକ ଜିଲ୍ଲା ବାଲିପାଟଣା ଥାନା ନିଆଳି-ଫୁଲନଖରା ରାସ୍ତାର ଆମଣାକୁଦ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

author-image
Niranjan Mishra
car accident

car accident

କଟକ ଜିଲ୍ଲା ବାଲିପାଟଣା ଥାନା ନିଆଳି-ଫୁଲନଖରା ରାସ୍ତାର ଆମଣାକୁଦ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପାର୍କିଂ କରିଥିବା ଏକ ହାଇୱାକୁ ପଛରୁ ପିଟିଲା କାର୍। ଦୁର୍ଘଟଣାରେ ୭ ବର୍ଷର ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା, ମାଆ ଓ ଦେଢ ବର୍ଷର ଝିଅ ଗୁରୁତର ହୋଇଛନ୍ତି। ସେମାନେ ଜଗତସିଂହପୁରର ହାଜିପୁରାରୁ ନିଆଳି ପହଙ୍ଗା ସ୍ଥିତ ବନ୍ଧୁ ଘରକୁ ବୁଲିବା ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ମୃତକ ଶିଶୁ ସୁଭ୍ରାଂଶୁ ବେହେରା।

Advertisment

ସେ ତାଙ୍କ ବାପା ବିଶ୍ୱରଂଜନ ବେହେରା, ମା’ ସନ୍ଧ୍ୟାରାଣୀ, ଦେଢ଼ ବର୍ଷର ଭଉଣୀ ବଂଶୀ ସହ ବନ୍ଧୁଘର ଯାଉଥିଲେ। ବିଶ୍ୱରଞ୍ଜନ କାର ଡ୍ରାଇଭିଂ କରୁଥିଲେ। ହଠାତ୍ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ହାଇୱା ପଛରେ ଧକା ହୋଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଡଶପୁର ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତରଖାନାରେ ସୁଭ୍ରାଂଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ଗୁରୁତର ବାପା, ମା’ ଓ ଝିଅଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଖବର ପାଇ ବାଲିପାଟଣା ପୁଲିସ ଘଟଣାର ତଦନ୍ତ କରୁଛି।

Roadaccident Accidental Death