Advertisment

ପରୀକ୍ଷା ଦେବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌

କିପରି ଫ୍ୟାନ୍‌ଟି ଛାତ୍ରଙ୍କ ଉପରେ ପଡ଼ିଲା, ଫ୍ୟାନଟି ପୂର୍ବରୁ ଖରାପ ଥିଲା କି ତାହା ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Fan

Fan

Advertisment

ପରୀକ୍ଷା ଦେବାବେଳେ ୨ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଟକ ଜିଲ୍ଲା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏହି ଘଟଣା ଘଟିଛି।ସେମାନଙ୍କ ହେଲେ ସମିର ସେଠୀ ଓ ତାପସ ଜେନା। ଉଭୟ ଛାତ୍ର ଯୁକ୍ତ ଦୁଇ ପ୍ରଥମବର୍ଷରେ ପଢୁଛନ୍ତି। ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି।

Advertisment

ପରୀକ୍ଷା ଚାଲିଥିବା ବେଳେ ହଠାତ୍‌ ଫ୍ୟାନ୍‌ଟି ୨ଜଣ ଛାତ୍ରଙ୍କ ଉପରେ ଖସି ପଡ଼ିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ଏହି ଦୁର୍ଘଟଣାରେ ଅନ୍ୟ  ଛାତ୍ରଙ୍କର କିଛି ହୋଇନାହିଁ। କିପରି ଫ୍ୟାନ୍‌ଟି ଛାତ୍ରଙ୍କ ଉପରେ ପଡ଼ିଲା, ଫ୍ୟାନଟି ପୂର୍ବରୁ ଖରାପ ଥିଲା କି ତାହା ଜଣାପଡ଼ିନାହିଁ। 

କଲେଜ ଅଧକ୍ଷ ଲୋକନାଥ ସାହୁ କହିଛନ୍ତି,   ଫ୍ୟାନଟି ଠିକ୍ ଥିଲା,କିପରି ଖସିଯାଇଥିବ। କଲେଲଜର ସମସ୍ତ ଫ୍ୟାନକୁ ଖୁବ ଶୀଘ୍ର ମରାମତି କରାଯିବ।  ଯେଉଁ ଫ୍ୟାନ ଗୁଡ଼ିକ ଖରାପ ହୋଇଯାଇଥିବ ତାକୁ କଢ଼ାଯାଇ ନୂଆ ଫ୍ୟାନ ଲଗାଯିବ। 

Advertisment
Cuttack Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe